Corona Update: ଓଡ଼ିଶାରେ ଆଉ ୨ କରୋନା ପଜିଟିଭ୍; ପୁଣି ଫେରିଲା କଟକଣା! two more covid positive identified from odisha know details |

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Last Updated:

Covid 19: ରାଜ୍ୟରେ କାୟା ବିସ୍ତାର କଲାଣି କରୋନା, ଆଜି ଆଉ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି….

ଆଉ ୨ ପଜିଟିଭ
ଆଉ ୨ ପଜିଟିଭ

Corona Update: ଓଡ଼ିଶା(Odisha)ରେ ଆଉ ୨ କରୋନା ପଜିଟିଭ(Covid 19 Positive) । ସପ୍ତାହକ ମଧ୍ୟରେ ୫ କରୋନା ଆକ୍ରାନ୍ତ ଚିହ୍ନଟ । ତେଣେ ଦେଶରେ ୪ ହଜାର ଉପରେ କରୋନା ସଂକ୍ରମଣ । କର୍ଣ୍ଣାଟକ(Karnataka)ରେ ଫେରିଲା କଟକଣା । ସଂକ୍ରମିତଙ୍କ ପାଇଁ ୭ ଦିନ ଆଇସୋଲେସନ ବାଧ୍ୟତାମୂଳକ ।

ରାଜ୍ୟରେ କାୟା ବିସ୍ତାର କଲାଣି କରୋନା । ଆଜି ଆଉ ୨ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଞ୍ଚିଛି । କୋଭିଡର ନୂଆ ଭାରିଆଣ୍ଟ JN.1ର ସଂକ୍ରମଣ ବଢ଼ିବା ପରେ ରାଜ୍ୟରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ଯରେ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ପିନ୍ଧିବାକୁ ପ୍ରସ୍ତାବ ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତଙ୍କୁ ବାହାରକୁ ଗଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

Source link

ଅଧିକ ପଢ଼ନ୍ତୁ

traffic tail