ପାଟଣାଗଡଠାରେ ଜୈବିକ ଓ ପ୍ରାକୃତିକ କୃଷି ତାଲିମ ଶିବିର ଅନୁଷ୍ଠିତ
ପାଟଣାଗଡ଼, ୧୧/୧୧/୨୦୨୬: କାହ୍ନା ପାର୍କଠାରେ ASR Online Marketing Private Limited ଏବଂ Council for Social Development (CSD) ର ମିଳିତ ଆନୁକୂଲ୍ୟରେ ଏକଦିବସୀୟ ଜୈବିକ ଓ ପ୍ରାକୃତିକ କୃଷି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।
ଏହି ସଭାରେ CSD ର Executive Secretary ମନୋଜ କୁମାର ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ASR କମ୍ପାନୀର MD ରୂପନନ୍ଦ ପଟେଲ ମୁଖ୍ୟ ଅତିଥି, ଏବଂ ମାଷ୍ଟର ଟ୍ରେନର ବିରେନ୍ଦ୍ର ଭୋଇ ଯୋଗଦେଇ ଉପସ୍ଥିତ ଚାଷୀ ଓ କୃଷି ସଖୀମାନଙ୍କୁ ପ୍ରାକୃତିକ ଚାଷ ପ୍ରଣାଳୀ, ଜୈବିକ ଖତ ପ୍ରସ୍ତୁତି ଏବଂ ମାଟିର ଉର୍ବରତା ରକ୍ଷା କରିବା ସମ୍ପର୍କରେ ବ୍ୟାବହାରିକ ତାଲିମ ପ୍ରଦାନ କରିଥିଲେ। ଏଥିସହ ପ୍ରଶିକ୍ଷଣ ଗୃହରେ ବିଭିନ୍ନ ଜୈବିକ କୃଷି ସାମଗ୍ରୀ ଓ ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା।
କାର୍ଯ୍ୟକ୍ରମକୁ ସଫଳ କରିବାରେ CSDର ବରିଷ୍ଠ କାର୍ଯ୍ୟକର୍ତ୍ତା ଅବସର ପ୍ରାପ୍ତ ଶ୍ରୀ ଯୁକ୍ତ ପାଣିଗ୍ରାହୀ, ରସିକ ପୁଟେଲ, ଏବଂ ଦୁଷ୍ମନ୍ତ ପୁଞ୍ଜି ପ୍ରମୁଖ ସହଯୋଗ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ଅଞ୍ଚଳର ବହୁ ସଂଖ୍ୟାରେ ମହିଳା କୃଷି ସଖୀ ଏବଂ ଯୁବ ଚାଷୀ ଯୋଗଦେଇ ପ୍ରାକୃତିକ ଚାଷ ଆପଣେଇବାକୁ ସଂକଳ୍ପ ନେଇଥିଲେ।
ସ୍ୱତନ୍ତ୍ର ପ୍ରତିନିଧି ମନୋଜ କୁମାର ପାଢ଼ୀ ଙ୍କ ରିପୋର୍ଟ.



