ଓ ୟୁ ଯେ ବଲାଙ୍ଗୀର ଶାଖା ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ..

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ବଲାଙ୍ଗୀର..
ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ବଲାଙ୍ଗୀର ଶାଖା ର ସାଧାରଣ ପରିଷଦ ବୈଠକ ଜିଲ୍ଲା ସାମ୍ବାଦିକ ଭବନ ରେ ଅନୁଷ୍ଠିତ ହୋଇ ଯାଇଛି l ପ୍ରଥମ ପର୍ଯ୍ୟାୟ ବୈଠକ ରେ ଓ ୟୁ ଯେ ରାଜ୍ୟ ସାଧାରଣ ସମ୍ପାଦକ ଋତୁରାଜ ସିଂ, ବଲାଙ୍ଗୀର ନିର୍ବାଚନ କମିଶନର ଶ୍ରୀବତ୍ସ ବେହେରା ତଥା ରାଜ୍ୟ ଓ ୟୁ ଜେ ମନୋନୀତ କମିଟି ଅଧ୍ୟକ୍ଷ ଦୀପକ ସମ୍ମାଦାର ପ୍ରମୁଖ ମଂଚାସୀନ ରହିଥିବା ବେଳେ ଟିଟିଲାଗଡ଼ ଉପଖଣ୍ଡ ଉପସଭାପତି ସଞ୍ଜୟ ବେହେରା ଅତିଥି ମାନଙ୍କୁ ମଞ୍ଚ କୁ ନିମନ୍ତ୍ରଣ କରିଥିଲେ l ଟିଟିଲାଗଡ଼ ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରେ ନୃତନ ଭାବରେ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିବା ନୃତନ ସଭାପତି ପ୍ରଦୀପ୍ତ କୁମାର ମିଶ୍ର ଏବଂ ସମ୍ପାଦକ ଅଭୟ ତ୍ରିପାଠୀ ଙ୍କ ନାମ ନିର୍ବାଚନ କମିଶନର ସର୍ବ ସମ୍ମତି କ୍ରମେ ଘୋଷଣା କରିବା ସହିତ ନୃତନ କମିଟି କୁ ମଞ୍ଚ କୁ ନିମଂତ୍ରଣ କରିଥିଲେ l ସଭାପତି ଏବଂ ସମ୍ପାଦକ ସହିତ କୋଷାଧକ୍ଷ ଭଗବାନ ମହାନ୍ତି, ବଲାଙ୍ଗୀର ଉପଖଣ୍ଡ ପାଇଁ ଉପସଭାପତି ଭାବରେ ଶରତ ଚନ୍ଦ୍ର ମିଶ୍ର, ଟିଟିଲାଗଡ଼, ସଞ୍ଜୟ ବେହେରା ଏବଂ ପାଟଣାଗଡ ପାଇଁ ବଂଶୀ ଧର ସେଠ ଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସହ ସମ୍ପାଦକ ପାଇଁ ବଲାଙ୍ଗୀର, ନରେଶ ସାହୁ, ଟିଟିଲାଗଡ଼, ତରୁଣ ବେହେରା ଏବଂ ପାଟଣାଗଡ଼ ପାଇଁ ଉମାକାନ୍ତ ପ୍ରଧାନ ଙ୍କ ନାମ ମନୋନୀତ କମିଟି ଅଧ୍ୟକ୍ଷ ଦୀପକ ସମ୍ମାଦାର ଘୋଷଣା କରିଥିଲେ l ତେବେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବରେ, ସୁବୋଧ ମେହେର,ଗୁପ୍ତେଶ୍ୱର ପୃଷ୍ଟି, ରଂଜିତ ବେହେରା, ଅଶୋକ ତ୍ରିପାଠୀ, ଅଭିନାଶ ନନ୍ଦ, ଦୀପକ ଦାସ ଯାଦବ, ପୁଷ୍ପକେତୁ ବେହେରା,ସତ୍ୟ ପ୍ରିୟ ମିଶ୍ର, ପୂର୍ଣଚନ୍ଦ୍ର ପଣ୍ଡା,ଭୁବନେଶ୍ୱର ବାରିକ, ଦିଲୀପ ଭୋଇ, ସଞ୍ଜୟ ନାୟକ, କିଶୋର ସାହୁ ପ୍ରମୁଖ ଙ୍କୁ ମନୋନୀତ କରାଯାଇଛି l ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ହରି ନାରାୟଣ ପୁଝାରୀ, ଦୀପକ ସମ୍ମାଦାର, ସଦାଶିବ ସରାପ ଙ୍କ ନାମ ସର୍ବ ସମ୍ମତି କ୍ରମେ ଘୋଷଣା କରାଯାଇଛି l ଦୃତୀୟ ପର୍ଯ୍ୟାୟ ବୈଠକ ରେ ବଲାଙ୍ଗୀର ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ଋତୁରାଜ ସିଂ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ନୃତନ ଭାବରେ ସଭାପତି ଭାବେ ଚୟନ ହୋଇଥିବା ପ୍ରଦୀପ୍ତ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ସମ୍ପାଦକ ଅଭୟ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ l ବରିଷ୍ଠ ସଦସ୍ୟ ଦୟାନିଧି ସାହୁ ଦୀପ ପ୍ରଦୀପ ପ୍ରଜ୍ଜଳନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଓ ୟୁ ଜେ ବଲାଙ୍ଗୀର ଶାଖା ର ବହୁ ସଦସ୍ୟ, ପାଟଣାଗଡ଼, ଖପ୍ରାଖୋଲ, ବଙ୍ଗୋମୁଣ୍ଡା,କଣ୍ଟାବାଞ୍ଜି, ଟିଟିଲାଗଡ଼, ସଇଁତଲା, ଦେଓ ଗାଁ, ବଲାଙ୍ଗୀର, ଅଂଚଳ ରୁ ସାମ୍ବାଦିକ ମାନେ ଯୋଗ ଦେଇଥିଲେ l ଆଗାମି ଦିନରେ ହରିଶଙ୍କର ଠାରେ ଦୃତୀୟ ସାଧାରଣ ପରିଷଦ ବୈଠକ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି l

 

ଅଧିକ ପଢ଼ନ୍ତୁ

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.

ପୂର୍ବତନ ମନ୍ତ୍ରି ଟୁକୁନି ସାହୁ ରାଜ୍ୟ ସରକାର ଉପରେ ବର୍ଷୀଲେ. ବିଜେଡି ନେତ୍ରୀ ଟୁକୁନି ସାହୁ ଙ୍କ ସିଧା ସଳଖ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ଉପରେ ଉଠାଇଲେ ଆଙ୍ଗୁଠି. କହିଲେ ବନ୍ୟା ବିପନ୍ନ ପରିଚାଳନା ରେ ଫେଲ ମାରିଛି ବିଜେପି ସରକାର.

traffic tail

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.