ବୋର୍ଡିଠାରେ ଜୈବିକ ଓ ପ୍ରାକୃତିକ କୃଷି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ. କାର୍ଯ୍ୟକ୍ରମ ରେ ବିଭିନ୍ନ ଅନୁଷ୍ଠାନ, ସି ଆର ପି କର୍ମଚାରୀ ସାମିଲ

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ବୋର୍ଡିଠାରେ ଜୈବିକ ଓ ପ୍ରାକୃତିକ କୃଷି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରିପୋର୍ଟ.. ମନୋଜ କୁମାର ପାଢ଼ୀ.

ଗୋଲାମୁଣ୍ଡା (୨୫/୧୧): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋର୍ଡି (ଯୁଜନା) ଠାରେ ଏ ଏସ ଆର ଅନଲାଇନ ମାର୍କେଟିଙ୍ଗ ଘରୋଇ ସଂସ୍ଥା ଏବଂ କାଉନସିଲ ଫର ସୋସିଆଲ ଡେଭେଲପମେଣ୍ଟ ର ମିଳିତ ଆନୁକୂଲ୍ୟରେ ଏକଦିବସୀୟ ଜୈବିକ ଓ ପ୍ରାକୃତିକ କୃଷି ପ୍ରଶିକ୍ଷଣ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ସି ଏସ ଡି ର କାର୍ଯ୍ୟନିର୍ବାହୀ ସମ୍ପାଦକ ମନୋଜ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏ ଏସ ଆର କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରୂପନନ୍ଦ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମାଷ୍ଟର ଟ୍ରେନର ବିରେନ୍ଦ୍ର ଭୋଇ ଯୋଗଦେଇ ଉପସ୍ଥିତ କୀଟନାଶକ ବିକ୍ରେତା, ସି ଆର ପି,ସଦସ୍ୟ ଏବଂ ଚାଷୀମାନଙ୍କୁ ରାସାୟନିକ ସାରମୁକ୍ତ ପ୍ରାକୃତିକ ଚାଷ ପ୍ରଣାଳୀ, ଜୈବିକ ଖତ ପ୍ରସ୍ତୁତି ତଥା ମାଟିର ଉର୍ବରତା ବୃଦ୍ଧି ସମ୍ପର୍କରେ ବ୍ୟାବହାରିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିସହ ପ୍ରଶିକ୍ଷଣ ସ୍ଥଳରେ ବିଭିନ୍ନ ଜୈବିକ କୃଷି ସାମଗ୍ରୀ ଏବଂ ସଚେତନତା ପୋଷ୍ଟର ପ୍ରଦର୍ଶିତ ହୋଇଥିଲା।

କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ରସିକ ପୁଟେଲ ଏବଂ ବିଶିଷ୍ଟ ବୃତ୍ତିଗତ ସମାଜସେବୀ,ଦୁଷ୍ମନ୍ତ ପୁଞ୍ଜି ପ୍ରମୁଖ ଭୂମିକା ଗ୍ରହଣ କରି ଚାଷୀ ଓ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ବୋର୍ଡି ଗ୍ରାମର ପିଣ୍ଟୁ ପୁଞ୍ଜି, କୁଞ୍ଜଳାଲ ଭାଟି, କ୍ଷିତୁ ପୁଞ୍ଜି, ଲିଲୁ ପୁଞ୍ଜି, ରିଙ୍କୁ ସାହୁ, ତିରୁପତି ସାହୁ, ରିତୁ ପୁଞ୍ଜି, ରିଲୁ ନନ୍ଦ ଓ ମିଲୁ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

 

ଶିବିରରେ ଅଞ୍ଚଳର ବହୁ ସଂଖ୍ୟାରେ କୀଟନାଶକ ବିକ୍ରେତା ଏବଂ ଯୁବ ଚାଷୀ ଯୋଗଦେଇ ଆଗାମୀ ଦିନରେ ପ୍ରାକୃତିକ ଓ ଜୈବିକ କୃଷିକୁ ଆପଣେଇବାକୁ ସଂକଳ୍ପ ନେଇଥିଲେ।

 

ଅଧିକ ପଢ଼ନ୍ତୁ

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.

ପୂର୍ବତନ ମନ୍ତ୍ରି ଟୁକୁନି ସାହୁ ରାଜ୍ୟ ସରକାର ଉପରେ ବର୍ଷୀଲେ. ବିଜେଡି ନେତ୍ରୀ ଟୁକୁନି ସାହୁ ଙ୍କ ସିଧା ସଳଖ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ଉପରେ ଉଠାଇଲେ ଆଙ୍ଗୁଠି. କହିଲେ ବନ୍ୟା ବିପନ୍ନ ପରିଚାଳନା ରେ ଫେଲ ମାରିଛି ବିଜେପି ସରକାର.

traffic tail

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.