ବିଶାଳ ସ୍ୱାସ୍ଥ୍ୟ ଶିବିର ନେଇ ସୂଚନା.ଟିଟିଲାଗଡ଼ ନଗର ବିଜେପି ସହିତ ରାଜସ୍ଥାନୀ ହେଲଥ ଫାଉଣ୍ଡେସନ ର ମିଳିତ ସହଯୋଗ ରେ ଆୟୋଜିତ ହେବ ସ୍ୱାସ୍ଥ୍ୟ ଶିବିର

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଟିଟିଲାଗଡ଼ରେ ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହେବ

 

ଟିଟିଲାଗଡ଼: ଟିଟିଲାଗଡ଼ ନଗର ବିଜେପି ଏବଂ ରାଜସ୍ଥାନୀ ହେଲଥ ଫାଉଣ୍ଡେସନର ମିଳିତ ସହଯୋଗରେ ଟିଟିଲାଗଡ଼ଠାରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଉଛି। ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ପରିସରରେ ଏହି ଶିବିର ଅନୁଷ୍ଠିତ ହେବ।ଏହି ସ୍ୱାସ୍ଥ୍ୟ ଶିବିରରେ ମୋଟ ୧୦ ଜଣ ବିଶେଷଜ୍ଞ ଡାକ୍ତର ଯୋଗଦେଇ ଛୋଟଠାରୁ ବଡ଼ ସମସ୍ତ ବର୍ଗର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ପ୍ରଦାନ କରିବେ। ଶିବିରରେ ସାଧାରଣ ଚିକିତ୍ସା, ଶିଶୁରୋଗ, ଚକ୍ଷୁ, କାନ-ନାକ-ଗଳା , ଚର୍ମ ରୋଗ, ଅସ୍ଥିଶଲ୍ୟ, କିଡନୀ, ପାକସ୍ଥଳୀ ଓ ଅନ୍ତନଳୀ, ଏବଂ ମୂତ୍ର ରୋଗର ବିଶେଷଜ୍ଞ ପରାମର୍ଶ ମିଳିବ। ଏହା ସହିତ ରକ୍ତଚାପ, ରକ୍ତ ଶର୍କରା (ମଧୁମେହ) ଏବଂ ଶରୀରର ଓଜନ ଓ ଉଚ୍ଚତା ଅନୁପାତ ଆଦିର ମାଗଣା ପରୀକ୍ଷା କରାଯିବ।ଆୟୋଜକମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଯେ “ସ୍ୱାସ୍ଥ୍ୟ ହିଁ ସମ୍ପଦ” ଏବଂ “ମାନବ ସେବା ହିଁ ମାଧବ ସେବା” ମନ୍ତ୍ରକୁ ପାଥେୟ କରି ଏହି ସେବା ଶିବିର କରାଯାଉଛି। ଏ ସମ୍ପର୍କରେ ଟିଟିଲାଗଡ଼ ନଗର ବିଜେପିର ସୁନୀଲ ଆଚାର୍ଯ୍ୟ, ହରି ନାରାୟଣ ମିଶ୍ର, ଅମ୍ଳାନ ଷଡ଼ଙ୍ଗୀ, ଶିବା ପାଣିଗ୍ରାହୀ, ଅରବିନ୍ଦ ପାଣିଗ୍ରାହୀ, ଚିନ୍ମୟ ନାୟକ ଏବଂ ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଛନ୍ତି।ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ଟିଟିଲାଗଡ଼ ଓ ଆଖପାଖ ଅଞ୍ଚଳର ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ମାଗଣା ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇବାକୁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

 

ଅଧିକ ପଢ଼ନ୍ତୁ

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.

ପୂର୍ବତନ ମନ୍ତ୍ରି ଟୁକୁନି ସାହୁ ରାଜ୍ୟ ସରକାର ଉପରେ ବର୍ଷୀଲେ. ବିଜେଡି ନେତ୍ରୀ ଟୁକୁନି ସାହୁ ଙ୍କ ସିଧା ସଳଖ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ଉପରେ ଉଠାଇଲେ ଆଙ୍ଗୁଠି. କହିଲେ ବନ୍ୟା ବିପନ୍ନ ପରିଚାଳନା ରେ ଫେଲ ମାରିଛି ବିଜେପି ସରକାର.

traffic tail

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.