ରାଜ୍ୟ ସରକାର ତଥା ମୁଖ୍ୟ ଶାସନ ସଚିବ ଉପରେ ବର୍ଷିଲେ ଟୁକୁନି ସାହୁ.
ଟିଟିଲାଗଡ଼
ବନ୍ୟା ବିପନ୍ନ ତଥା ପ୍ରାକତିକ ବିପର୍ଯ୍ୟୟ ପରିଚାଳନା ରେ ବ୍ୟାପକ ଅବହେଳା.. ଡବଲ ଇଂଜିନ ସରକାର ଫେଲ ମାରିଛି ପରିଚାଳନା କରିବାରେ… ଫଳରେ ଗଞ୍ଜାମ ଏବଂ କୋରାପୁଟ ରେ ଏହାର ତାଣ୍ଡବ ଦେଖିବାକୁ ମିଳିଛି l କୌଣସି ଦୈବ ଦୁର୍ବିପାକ ସମୟ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଠାରୁ ଆବଶ୍ୟକ ପରାମର୍ଶ ନେବା ପାଇଁ ସିଧା ସଳଖ ସରକାର ଙ୍କୁ ଟାର୍ଗେଟ କରି କଡା ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତ୍ରୀ ଟୁକୁନି ସାହୁ l
ଟିଟିଲାଗଡ଼ ସହର ରେ ଥିବା ନିଜ ବାସଭବନ ରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଟୁକୁନି ସାହୁ ରାଜ୍ୟ ସରକାର ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଙ୍କୁ କଡା ସମାଲୋଚନା କରିଛନ୍ତି l ରାଜ୍ୟରେ କାହାର ଶାସନ ଚାଲିଛି ନେତା ମନ୍ତ୍ରୀ ନା ଅମଲାତନ୍ତ୍ର ର, କାହାର କୌଣସି ତାଳ ମେଲ ରହୁନାହିଁ l କେବଳ ରଙ୍ଗ ବଦଳାଯାଇ ପୂର୍ବ ଯୋଜନା ଗୁଡିକୁ ହରଣକରି କାର୍ଯ୍ୟକାରୀ କରୁଥିବା ବେଳେ ନୂଆ କୌଣସି ଯୋଜନା କାହିଁକି କରିପାରୁନାହିଁ ବୋଲି ଟୁକୁନି ସାହୁ ଅଭିଯୋଗ କରିଛନ୍ତି l ବିଗତ ୨୪ ବର୍ଷ ଶାସନ ରେ ଅନେକ ବନ୍ୟା ବାତ୍ୟା ବିଜେଡି ସରକାର ଦେଖିଛି ଏବଂ ସମସ୍ତ ଦୈବ ଦୁର୍ବିପାକ କୁ ସଫଳତାର ସହ ପରିଚାଳନା କରିଛି l ଯାହାକୁ ନେଇ ବିଶ୍ୱ ଦରବାର ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ବେଶ ପ୍ରଶଂସା କରାଯାଇଥିଲା l ହେଲେ ମାତ୍ର ଗୋଟିଏ ବନ୍ୟା, ବାତ୍ୟା ଅର୍ଣ୍ଣବ ରେ ବିଜେପି ସରକାର ର ବେପରୁଆ ନୀତି ଜଳ ଜଳ ହୋଇ ଦିଶିଯାଇଛି ବୋଲି ଟୁକୁନି ସାହୁ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରି ରାଜ୍ୟ ସରକାର ଉପରେ ତୀବ୍ର ବର୍ଷିଛନ୍ତି l ବିଗତ ସରକାର ରେ ଶିଳାନ୍ୟାସ ହୋଇଥିବା ଉନ୍ଦେର ନଦୀ ରେ ବ୍ୟାରେଜ ନିର୍ମାଣ କୁ ରାଜ୍ୟ ସରକାର ଟେଣ୍ଡର ବାତିଲ କରି ପୁଣି ତାହାକୁ ପୂର୍ବ ଅନୁଯାୟୀ କମ ବଜେଟ ରେ ପାସ କରିବା ଘଟଣା କୁ ନେଇ ପୂର୍ବତନ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ନିଜ ପ୍ରୟାସ ରେ ମରୁଡି ପ୍ରପୀଡ଼ିତ ଟିଟିଲାଗଡ଼ ଅଂଚଳ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିଥିବା ନେଇ ଜୋର ଦେଇ ବିଜେପି ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପରେ ସିଧା ସଳଖ ବର୍ଷି ଛନ୍ତି l ଆଗାମି ଦିନରେ ଏହାର ଜବାବ ସାରା ରାଜ୍ୟ ବାସୀ ବିଜେପି କୁ ଦେବେ ବୋଲି କହିଛନ୍ତି l


