ଉଦଯାପିତ ହେଲା କୃତିମ ଅଙ୍ଗପ୍ରତ୍ୟାରୋପଣ ଶିବିର..
୧୨୧ ଜଣ ଦିବ୍ୟାଙ୍ଗ ହେଲେ ସାମିଲ..
ବଲାଙ୍ଗୀର ଜିଲ୍ଲା କୁ ଦିବ୍ୟାଙ୍ଗ ମୁକ୍ତ ଜିଲ୍ଲା ଭାବେ ଗଠନ କରାଯିବା ନେଇ ଜିଲ୍ଲା ସଭାପତି ଙ୍କ ଦୃଢୋକ୍ତି
ଟିଟିଲାଗଡ଼….
ଟିଟିଲାଗଡ଼ ମହାବୀର ପଂଚାୟତି ଧର୍ମଶାଳା ରେ ଗତ ୨୨ ତାରିଖ ରୁ ତିନି ଦିନ ଧରି ଆୟୋଜିତ ହୋଇଥିବା କୃତିମ ଅଙ୍ଗପ୍ରତ୍ୟାରୋପଣ ଶିବିର କେନ୍ଦ୍ର ଉଦଯାପିତ ହୋଇଯାଇଛି l ଉଦଯାପନୀ ଦିବସ ରେ ବରିଷ୍ଠ ଡାକ୍ତର ହସ ମୁଖ ଲାଲ, ବରିଷ୍ଠ ଆଇନଜୀବି ତଥା ଟିଟିଲାଗଡ଼ ନାଗରିକ କମିଟି ର ସଭାପତି ରାଧାକାନ୍ତ ପାଢ଼ୀ,ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ଆଇନଜୀବୀ ମନୋଜ ହାତୀ, ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ ପ୍ରମୁଖ ମଂଚାସୀନ ଥିଲେ l ଗତ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଶିବିର ରେ ଗୋଡ଼ ହରାଇଥିବା ଦିବ୍ୟାଙ୍ଗ ମାନଙ୍କୁ କୃତିମ ଗୋଡ଼ ପ୍ରଦାନ, ଶ୍ରବଣ ଶକ୍ତି ହରାଇଥିବା ଦିବ୍ୟାଙ୍ଗ ମାନଙ୍କୁ ଶ୍ରବଣ ଜନିତ ଯନ୍ତ୍ର, ବୟସର ଅପରାହ୍ନ ରେ ଥିବା ବୃଦ୍ଧ ବୃଦ୍ଧା ମାନଙ୍କୁ ବୈଶାଖୀ ବାଡ଼ି, ହୁଇଲ ଚେୟାର ବଣ୍ଟନ, ଦୃଷ୍ଟି ହୀନ ମାନଙ୍କୁ ସ୍ୱତନ୍ତ୍ର ଷ୍ଟିକ ପ୍ରଦାନ କରାଯାଇଥିଲା l ଆଗାମି ବର୍ଷ ରେ ସମଗ୍ର ବଲାଙ୍ଗୀର ଜିଲ୍ଲା କୁ ଦିବ୍ୟାଙ୍ଗ ମୁକ୍ତ ଜିଲ୍ଲା ଭାବରେ ଗଠନ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ନେଇ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ଦୃଢୋକ୍ତି ପ୍ରକାଶ କରିଛନ୍ତି l ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ ଏହି ଶିବିର କୁ ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସହାୟତା ସମିତି ରାଞ୍ଚି ତରଫରୁ ସମସ୍ତ ଉପକରଣ, କୃତିମ ଅଙ୍ଗ ପ୍ରତ୍ୟାରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଶୈଳେଶ ଗୋୟଲ, ଗୋପାଳ ଅଗ୍ରୱାଲ,ୟୁ ପି ଏମ ଏସ ଅଧ୍ୟକ୍ଷ ସଂଗୀତା ଅଗ୍ରୱାଲ, ନିଲମ ଅଗ୍ରୱାଲ,ସବିତା ଅଗ୍ରୱାଲ, ମାୟା ଅଗ୍ରୱାଲ, ଅଗ୍ରୱାଲ ମହାସଭା ଟିଟିଲାଗଡ଼ ଶାଖା ର ସଭାପତି,ଡ ନରେନ୍ଦ୍ର ଅଗ୍ରୱାଲ,ପ୍ରାନ୍ତୀୟ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ସଚିବ ଗୋପାଳ ଜୈନ,ବିଜେପି ନଗର ସଭାପତି ସୁନୀଲ ଆଚାର୍ଯ୍ୟ,ପଙ୍କଜ ଜୈନ,ଅମର ଜୈନ ସମେତ ଶତାଧିକ ସଦସ୍ୟ, ସହଯୋଗୀ ସାମିଲ ଥିଲେ l


