ଓଡ଼ିଶାରେ କୋରୋନାର ନୂଆ ଭାରିଆଣ୍ଟ JN.1 ଚିହ୍ନଟ; ଆକ୍ରାନ୍ତ ସଂଖ୍ୟା ୨୫ Corona new variant JN.1 Positive case in Odisha |

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Last Updated:

Corona Positive in Odisha: ଓଡ଼ିଶାରେ କୋରୋନାର ନୂଆ ଭାରିଆଣ୍ଟ JN.1 ଚିହ୍ନଟ ।

ଆଉ ୨ ପଜିଟିଭ
ଆଉ ୨ ପଜିଟିଭ

Corona Positive in Odisha: ଓଡ଼ିଶାରେ କୋରୋନାର ନୂଆ ଭାରିଆଣ୍ଟ JN.1 ଚିହ୍ନଟ । ୨ଜଣ ନୂଆ ଭାରିଆଣ୍ଟ JN.1 ରୋଗୀ ଚିହ୍ନଟ ହୋଇଛନ୍ତି । କେରଳ ଫେରନ୍ତା ସୁନ୍ଦରଗଡ଼ ଜିଲ୍ଲାର ଆକ୍ରାନ୍ତ ସୁସ୍ଥ ଅଛନ୍ତି ।

ଅନ୍ୟଜଣେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ବୟସ ୮୩ ବର୍ଷ । କେରଳରୁ ଯିଏ ଆସିଥିଲେ ସିଏ ଘରେ ଚିକିତ୍ସିତ ହେଉଥିଲେ । କଣ୍ଟାକ୍ଟ ଟ୍ରେସିଂରେ କିଛି ଚିହ୍ନଟ ହୋଇନାହିଁ । ଏ ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ସେପଟେ ରାଜ୍ୟରେ ଆଜି ଜଣେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତ ଜଣଙ୍କ ହୋମ ଆଇସୋଲେସନରେ ଅଛନ୍ତି । ସେହିଭଳି ୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଏବେ ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୨୫ ରହିଛି । ସତର୍କ ରୁହନ୍ତୁ, ହାଲୁକା ଭାବରେ ନିଅନ୍ତୁ ନାହିଁ। ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।…

ରାଜ୍ୟରେ ସକ୍ରିୟ ରୋଗୀ ଆକ୍ରାନ୍ତ ସଂଖ୍ୟା ୨୫

ନିକଟରେ ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ, କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ,ତାମିଲନାଡୁ, ଆନ୍ଧ୍ର ଆଦି ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ସେମିତି ପରିସ୍ଥିତି ଉପୁଜିନାହିଁ। ତଥାପି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।

ବିଶେଷକରି ବୟସ୍କ ତଥା ବହୁବିଧ ଏବଂ ଜଟିଳ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଅଧିକ ସତର୍କ ଓ ସଚେତନ ରହିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

ଥଣ୍ଡା କାଶ ଆଦି ଲକ୍ଷଣ ଦେଖା ଦେଉଥିଲେ କୋଭିଡ୍‌ ଟେଷ୍ଟ କରିବା ସହ ଘରୁ ବାହାରକୁ ଗଲେ ମାସ୍କ ପିନ୍ଧିବା ଏବଂ ସବୁବେଳେ କୋଭିଡ ନିୟମ ଅନୁପାଳନ କରିବାକୁ ଜନସ୍ବାସ୍ଥ୍ୟ ନିର୍ଦେଶକ ପରାମର୍ଶ ଦେଇଛନ୍ତି।

Source link

ଅଧିକ ପଢ଼ନ୍ତୁ

traffic tail