ପୁଣି ଡରାଇଲାଣି କୋରୋନା; କାହିଁକି ଶୀତ ଦିନେ ବଢୁଛି କୋରୋନା ସଂକ୍ରମଣ? Why is the corona infection increasing in winter know details |

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Last Updated:

ଥଣ୍ଡା ସହିତ କୋରୋନା ଭାଇରସ୍‌ର କ’ଣ ରହିଛି ସମ୍ପର୍କ ? ଥଣ୍ଡା ଜଳବାୟୁ କୋରୋନା ସଂକ୍ରମଣରେ ହେଉଛି କି ସହାୟ ?

 ବଢୁଛି କୋରୋନା ସଂକ୍ରମଣ?
ବଢୁଛି କୋରୋନା ସଂକ୍ରମଣ?

Corona Update: ଦେଶରେ କାୟା ମେଲାଉଛି କୋରୋନା … ୨୪ ଘଣ୍ଟାରେ ୬୨୮ ପଜିଟିଭ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍ … ଶୀତରେ ସଂକ୍ରମଣ ଅଧିକ ସମ୍ଭାବନା… ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ- ଶ୍ବାସକ୍ରିୟା ସଂକ୍ରମଣକୁ ଦାନା ଯୋଗାଉଛି ଥଣ୍ଡା ଜଳବାୟୁ… ମାସ୍କ ପିନ୍ଧିବା ଜରୁରୀ…

ଶୀତ ଦିନରେ ବଢୁଛି କୋରୋନା ସଂକ୍ରମଣ । ପ୍ରଥମେ କେରଳ, ପରେ ପରେ ୨୧ ରାଜ୍ୟକୁ ବ୍ୟାପିସାରିଲାଣି । ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍‌ କରିସାରିଲାଣି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାକଥା, କୋଭିଡ୍‌ ଭାରଇସ ସବୁ ବେଳେ ରହିଛି, ହେଲେ ଶୀତ ଋତୁରେ ଅଧିକ ସକ୍ରିୟ ହେବା ପଛରେ ଥଣ୍ଡା ଜଳବାୟୁ ସହାୟ ହେଉଛି । ଶୀତ ଦିନେ ଶ୍ବାସକ୍ରିୟା ସଂକ୍ରମଣ ଅଧିକ ରହୁଥିବାରୁ ସମସ୍ତେ ସତର୍କତା ଅବଲମ୍ବନ କରିବା ସହ ମାସ୍କ ପିନ୍ଧିବା ଜରୁରୀ ।

ପୁଣି ଡରାଇଲାଣି କୋରୋନା । କୋଭିଡ୍‌ର ସ୍ବତନ୍ତ୍ର ଭାରିଆଣ୍ଟ JN.1କୁ ନେଇ ଚିନ୍ତା ପ୍ରକଟ କଲେଣି ସ୍ବାସ୍ଥ୍ୟ ବିଶେଷଜ୍ଞ । ପ୍ରଥମେ କେରଳ ଏବଂ ପରେ ପରେ ୨୧ ରାଜ୍ୟରେ କାୟା ବିସ୍ତାରି ସାରିଲାଣି ଭାଇରସ । ଏପରିକି ଓଡ଼ିଶାରେ ବି କୋରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ୬୨୮ଟି ନୂଆ ମାମଲା ସାମ୍‌ନାକୁ ଆସିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । କେବଳ କେରଳରୁ ୧୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ମଧ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର କରିସାରିଲାଣି । ସେହିପରି ଦେଶରେ JN.1 ଭାରିଆଣ୍ଟ ସଂଖ୍ୟା ସୋମବାର ସୁଦ୍ଧା ୬୩ରେ ପହଞ୍ଚିଛି । ଗୋଆରୁ ସର୍ବାଧିକ ୩୪, ମହାରାଷ୍ଟ୍ରରୁ ୯, କର୍ଣ୍ଣାଟକରୁ ୮ ଏବଂ କେରଳରୁ ୬ ସମେତ ତାମିଲନାଡୁରୁ ୪ ଏବଂ ତେଲଙ୍ଗାନାରେ ୨ଟି JN.1 ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି ।

ତେବେ କାହିଁକି ଶୀତ ଦିନେ ବଢୁଛି କୋରୋନା ସଂକ୍ରମଣ । ଥଣ୍ଡା ସହିତ କୋରୋନା ଭାଇରସ୍‌ର କ’ଣ ରହିଛି ସମ୍ପର୍କ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାକଥା, କୋରୋନା ଭାଇରସ ସବୁବେଳେ ରହିଛି । ଖରାଦିନେ ରହୁଛି , ବର୍ଷା ଓ ଶୀତ ଦିନରେ ବି ରହୁଛି । ହେଲେ ଶୀତ ଦିନ ଆସିଲେ ଏହା ଅଧିକ ଆକ୍ଟିଭ ହେଉଛି । କୋଭିଡ୍‌ ଭାରଇସ ଅଧିକ ସକ୍ରିୟ ହେବା ପଛରେ ଥଣ୍ଡା ଜଳବାୟୁ ସହାୟ ହେଉଛି । ଶୀତ ଦିନେ ଶ୍ବାସକ୍ରିୟା ସଂକ୍ରମଣ ଅଧିକ ହୋଇଥାଏ । ଶୀତଦିନେ ଇନ୍‌ଫ୍ଲୁଏନଜା ଭାଇରସ ରହୁଛି, ଯାହାକି ଲୋକଙ୍କୁ ଥଣ୍ଡା, କାଶ ଭଳି ରୋଗରେ ପକାଇଥାଏ । ଶୀତ ଋତୁରେ ଗୋଟିଏ ସ୍ଥାନରେ ଲୋକେ ଆବଦ୍ଧ ହୋଇ ରହିବାର ସମ୍ଭାବନା ଅଧିକ ରହିଥାଏ । ଏହିଭଳି କିଛି କାରଣ ପାଇଁ କୋରୋନା ସଂକ୍ରମଣ ବଢୁଥିବା ବରିଷ୍ଠ ଚିକିତ୍ସକ କହିଛନ୍ତି । ଏଣୁ ସତର୍କତା ଅବଲମ୍ବନ କରିବା ସହ ଗହଳି ସ୍ଥାନକୁ ନ ଯିବା ଏବଂ ବାହାରକୁ ଗଲେ ସବୁବେଳେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।

ପ୍ରଥମେ କେରଳ ଏବଂ ପରେ ପରେ ଅନ୍ୟ ରାଜ୍ୟକୁ ବ୍ୟାପିବାରେ ଲାଗିଛି କୋରୋନା । ଏହାର ଦ୍ରୁତ ସଂକ୍ରମଣ ଜାରି ରହିଥିବା ବେଳେ ଭାୟବହତାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତା ରହିବାର ଆବଶ୍ୟକତା ରହିଛି ।

Source link

ଅଧିକ ପଢ଼ନ୍ତୁ

traffic tail