ସଡ଼କ ଦୁର୍ଘଟଣା ରେ ଯୁବକ ମୃତ..
ଟିଟିଲାଗଡ଼… ଟିଟିଲାଗଡ଼ ସହର କୁମୁଡା ପାହାଡ଼ ନିକଟରେ ଥିବା ବୁଲାଣି ରେ ଆଜି ସଂଧ୍ୟା ରେ ଜଣେ ଯୁବକ ଏକ ଲୁହା ଖୁଣ୍ଟ ରେ ପିଟିହୋଇ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଯୁବକ କୁ ଉଦ୍ଧାର କରି ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟ ପିପଲପଦର କୁ ଆଣୁଥିବା ବେଳେ ବାଟରେ ମୃତ୍ୟ ଘଟିଥିବା ସୂଚନା ମିଳିଛି l ତେବେ ମିଳିଥିବା ସୂଚନା ଅନୁଯାୟୀ ଏକ ବାଇକ ରେ ଯୁବକ ଜଣକ ତୀବ୍ର ଗତିରେ ଆସୁଥିବା ବେଳେ ବ୍ଲକ ପଡା ନିକଟସ୍ଥ କୁମୁଡା ପାହାଡ଼ ନିକଟସ୍ଥ ଏମ ଆଇ ଅଫିସ ସମ୍ମୁଖରେ ଥିବା ବୁଲାଣି ରେ ଭାରସାମ୍ୟ ହରାଇ ଯୁବକ ଜଣକ ରାସ୍ତା କଡ଼ରେ ଥିବା ଲୁହା ଖୁଣ୍ଟ ରେ ପିଟିହୋଇ ଗୁରୁତର ଅବସ୍ଥାରେ ପଡିଥିଲା l ସ୍ଥାନୀୟ ଲୋକେ ସଂଗେ ସଂଗେ ଗୁରୁତର ଯୁବକ କୁ ଉଦ୍ଧାର କରି ଡାକ୍ତରଖାନା କୁ ଆଣୁଥିବା ସମୟରେ ଯୁବକର ମୃତ୍ୟ ଘଟିଛି l ଘଟଣା କୁ ନେଇ ଟିଟିଲାଗଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ମୃତକ ଜଣକ ର ବାପା ନ ଥିବା ବେଳେ ମା ରହିଥିବା ସୂଚନା ମିଳିଛି.


