ଟିଟିଲାଗଡ଼ :-ଅଣ୍ଡରବ୍ରିଜ ବାଇ ପାସ ରାସ୍ତା ବନ୍ଦ କରିବା ପାଇଁ ମସୁଧା. ନାଗରିକ ମଞ୍ଚ ର ତୀବ୍ର ବିରୋଧ. ରାସ୍ତା ବନ୍ଦ ହେଲେ ଟ୍ରାଫିକ ସମସ୍ୟା ଉତ୍କଟ ରୁପ ନେବ.

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ରାସ୍ତା ବନ୍ଦ ପାଇଁ ରେଳ ବିଭାଗର ମସୁଧା..
ନାଗରିକ ମଞ୍ଚ ର ତୀବ୍ର ବିରୋଧ..
ରାସ୍ତା ବନ୍ଦ ହେଲେ ଟ୍ରାଫିକ ସମସ୍ୟା ଉତ୍କଟ ରୁପ ନେବ..

 

ଟିଟିଲାଗଡ଼…
ଟିଟିଲାଗଡ଼ ସହର ରାଧାକୃଷ୍ଣ ମନ୍ଦିର ଅଣ୍ଡରବ୍ରିଜ କୁ ସଂଯୋଗ କରୁଥିବା ଗୋଟିଏ ପାର୍ଶ୍ଵ ର ରାସ୍ତା କୁ ରେଳ ବିଭାଗ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ନେଇ ଯୋଜନା କରୁଥିବା ନେଇ ସୂଚନା ମିଳିବା ପରେ ଟିଟିଲାଗଡ଼ ସହର ରେ ଏହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଅଣ୍ଡରବ୍ରିଜ ଦେଇ ସହରବାସୀ ହାଟପଦା ପଡା, କଟକିଆ ପଡା, ପଦ୍ମନାଭପୁର, କୁମୁଡାପାହାଡ଼, ଧବଳେଶ୍ୱର ମନ୍ଦିର, ଅଧିଷ୍ଠାତ୍ରୀ ଦେବୀ ଘଂଟାଶୁଣି ମନ୍ଦିର ସମେତ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି l ଅପରପକ୍ଷରେ ଅଣ୍ଡରବ୍ରିଜ ଦେଇ ଆସିବା ପରେ ଗୋଟିଏ ପାର୍ଶ୍ଵ ରେ ରାଧାକୃଷ୍ଣ ମନ୍ଦିର ଦେଇ ସୁବାଷଚନ୍ଦ୍ର ମାର୍ଗ ଦେଇ ଶାସ୍ତ୍ରୀ ଛକ କୁ ସଂଯୋଗ କରୁଛି l ଏବଂ ଅନ୍ୟପଟେ ବାଇ ପାସ ରାସ୍ତା ଭାବରେ ଟିଟିଲାଗଡ଼ ପୋଲିସ ଥାନାକୁ ସଂଯୋଗ କରୁଥିବା ରାସ୍ତା ରେ ବେସରକାରୀ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଳୟ ରହିଛି l ହେଲେ ଏହି ବାଇ ପାସ ରାସ୍ତା କୁ ବନ୍ଦ କରିବା ନେଇ ମସୁଧା ତଥା ଯୋଜନା ଚାଲିଥିବା ବେଳେ ଟିଟିଲାଗଡ଼ ନାଗରିକ ମଞ୍ଚ ଏହାକୁ ତୀବ୍ର ବିରୋଧ କରିଛି l ବିଭିନ୍ନ ପୂଜା ପାର୍ବଣ ସମୟରେ ତଥା ଯାନୀ ଯାତ୍ରା ସମୟରେ ଏହି ରାସ୍ତା ଟି ଲୋକଙ୍କ ସମାଗମ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ l ଦୁଇ ଗୋଟି ପଟରୁ ସହର କୁ ସଂଯୋଗ କରୁଥିବା ହେତୁ କିଛି ପରିମାଣ ରେ ଟ୍ରାଫିକ ସମସ୍ୟା ର ସ୍ଥାନୀୟ ଲୋକେ ଆଶ୍ବସ୍ତି ଲାଭ କରିଥାନ୍ତି l ହେଲେ ଏହି ରାସ୍ତା ମଧ୍ୟରୁ ଗୋଟିଏ ବାଇ ପାସ ରାସ୍ତା କୁ ବନ୍ଦ କରିବା ନେଇ ରେଳ ବିଭାଗ ଯୋଜନା କରୁଥିବା ନେଇ ପ୍ରଚାରିତ ପରେ ଏହାକୁ ତୀବ୍ର ବିରୋଧ କରାଯାଇଛି l ନାଗରିକ ମଞ୍ଚ ଏନେଇ ବଲାଙ୍ଗୀର ସଂସଦ ସଂଗୀତା କୁମାରୀ ସିଂ ଦେଓ, ପୂର୍ବତଟ ରେଳବାଇ ର ଜେନେରାଲ ମେନେଜର, ସମ୍ବଲପୁର ଡି ଆର ଏମ, ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଉକ୍ତ ରାସ୍ତା କୁ ଖୋଲା ରଖିବା ସହିତ ରାସ୍ତା ର ମରାମତି କରିବାକୁ ପତ୍ର ମାଧ୍ୟମରେ ଉଲ୍ଲେଖ କରିଛନ୍ତି l ଏନେଇ ନାଗରିକ ମଞ୍ଚ ର ସଭାପତି ରାଧାକାନ୍ତ ପାଢ଼ୀ ଯୁଦ୍ଧକାଳୀନ ସମୟ ମଧ୍ୟରେ ଦାବୀ ଉପରେ ଗୁରୁତ୍ୱପ୍ରଦାନ କରି ସହରବାସୀଙ୍କ ଗମନାଗମନ ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି l

ଅଧିକ ପଢ଼ନ୍ତୁ

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.

ପୂର୍ବତନ ମନ୍ତ୍ରି ଟୁକୁନି ସାହୁ ରାଜ୍ୟ ସରକାର ଉପରେ ବର୍ଷୀଲେ. ବିଜେଡି ନେତ୍ରୀ ଟୁକୁନି ସାହୁ ଙ୍କ ସିଧା ସଳଖ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ଉପରେ ଉଠାଇଲେ ଆଙ୍ଗୁଠି. କହିଲେ ବନ୍ୟା ବିପନ୍ନ ପରିଚାଳନା ରେ ଫେଲ ମାରିଛି ବିଜେପି ସରକାର.

traffic tail

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.