କରୋନା ମୁକାବିଲା ପାଇଁ BMCର ପ୍ରସ୍ତୁତି; ଏହି ଅଞ୍ଚଳର ଡାକ୍ତରଖାନାରେ ଆଜି ହେବ ମକ ଡ୍ରିଲ୍ |

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

BMC on Corona: ବର୍ତ୍ତମାନ ଦେଶରେ କରୋନା (Corona Case) ପ୍ରକୋପ ବଢ଼ିଚାଲିଛି। ମେ କିମ୍ବା ଜୁନ୍ ବେଳକୁ ଓଡ଼ିଶା (Odisha) ସମେତ ମହାନଗର ନିଗମ ଅଞ୍ଚଳରେ କୋଭିଡ (Covid19) ବ୍ୟାପିପାରେ। ସେଥିପାଇଁ ପ୍ରସ୍ତୁତ ରହିବାକୁ ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ଥିବା ସମସ୍ତ ଘରୋଇ ଓ ସରକାରୀ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଗତ ବର୍ଷ ଗୁଡିକ ଭଳି ଆଗାମୀ ଦିନରେ କିପରି ସଫଳତାର ସହ କୋଭିଡ୍ ମୁକାବିଲା କରି ହେବ ବୋଲି କମିଶନର ବିଜୟ ଅମୃତା କୁଲାଗେ ନିର୍ଦ୍ଦେଶ ଦେଇଛନ୍ତି।

କମିଶନର ବିଜୟ ଅମୃତା ଜୁଲାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ କ୍ୟାପିଟାଲ ହସ୍ପିଟାଲର ସୁପରିଟେଣ୍ଡେଣ୍ଟଙ୍କ ସମେତ ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ପିଏଚସି ସିଏଚସିର ମେଡିକାଲ ଅଫିସର, ଅଧିକାଂଶ ଘରୋଇ ଡାକ୍ତରଖାନାର ପ୍ରତିନିଧିମାନେ ଯୋଗଦେଇଥିଲେ।

ମେ କିମ୍ବା ଜୁନ ମାସ ସୁଦ୍ଧା ଓଡିଶା ସମେତ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ କୋଭିଡ ବ୍ୟାପିବାର ସମ୍ଭାବନା ଥିବାରୁ ପ୍ରସ୍ତୁତ ରହିବାକୁ ସମସ୍ତଙ୍କୁ କୁହାଯାଇଛି।

ଏ ନେଇ ଆଜିଠାରୁ ସମସ୍ତେ ପ୍ରସ୍ତୁତିର ମକ ଡ୍ରିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ଟେଷ୍ଟି ବୃଦ୍ଧି କରିବା ସହ କୋଭିଡ ସଂକ୍ରମିତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ଼ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏପରିକି ସିଏଚସିରେ ଅତିକମରେ ୫ଟି ସ୍ବତନ୍ତ୍ର ବେଡ୍ ବ୍ୟବସ୍ଥା କରିବା ସହ ଅକ୍ସିଜେନ ମହଜୁଦ୍ ଥିବା ଗୋଟିଏ ସ୍ବତନ୍ତ୍ର ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି।

ସେହିପରି ସିଏଚସିଗୁଡିରେ ଅତିକମରେ ୧୦ଟି ଆଇସୋଲେସନ୍ ବେଡ ସହ

ଅକ୍ସିଜେନ ପ୍ରସ୍ତୁତ ରଖିବେ। କ୍ୟାପିଟାଲ ହସପିଟାଲରେ ଅଧିକ ଆଇସିୟୁ ଓ ବେଡ୍ ପ୍ରସ୍ତୁତ ରଖାଯିବ।

ଏପରିକି ବିଏମସି ହସପିଟାଲ ଗୁଡିକୁ ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦେଶ ହୋଇଚି। କୋଭିଡ ଲକ୍ଷଣ ଥିବା ରୋଗୀଙ୍କୁ କେମିତି ଆଣିବ, ତାଙ୍କୁ ବେଡ ନିକଟକୁ କେମିତି ନେବ, ତାଙ୍କର ଚିକିତ୍ସା କେମିତି କରାଯିବ ଇତ୍ୟାଦି ସଂପର୍କରେ ମକଡ୍ରିଲ

କରିବାକୁ କୁହାଯାଇଛି ।

ସରକାରଙ୍କ ଗାଇଡଲାଇନ ଅନୁଯାୟୀ କେମିତି କାର୍ଯ୍ୟ କରିବେ ସେ ସମ୍ପର୍କରେ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରି ଜଣାଇବାକୁ କହିଛନ୍ତି ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ।

ଜରୁରୀକାଳୀନ ପରିସ୍ଥିତିରେ କିପରି ପରିଚାଳନା କରିବେ, ସେ ସମ୍ପର୍କରେ ଅବଗତ କରାଇବାକୁ କୁହାଯାଇଛି। ଏହା ସାଙ୍ଗକୁ ସମସ୍ତ ସରକାରୀ ଏବଂ ବେସରକାରୀ ଚିକିତ୍ସାଳୟରେ ବର୍ଜ୍ୟବସ୍ତୁ ପୃଥକ କରିଦେବାକୁ ଗୁରୁତ୍ବ ସହକାରେ କହିଛନ୍ତି ସାହୁ।

କୌଣସି କୋଭିଡ ରୋଗୀ ଆସିଲେ ସେ ସମ୍ପର୍କରେ ତୁରନ୍ତ ତଥ୍ୟ ବିଏମସିକୁ ଜଣାଇବେ। ସାମାନ୍ୟ ଲକ୍ଷଣ ଥିଲେ ମଧ୍ୟ ସେମାନଙ୍କୁ ପରୀକ୍ଷା କରିବା ପାଇଁ ସମସ୍ତଙ୍କୁ ନିର୍ଦେଶ ଦିଆଯାଇଛି।

କୋଭିଡ ରୋଗୀ ଚିହ୍ନଟ ହେଲେ ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯିବ। ମୁଖ୍ୟତଃ କ୍ୟାପିଟାଲ ହସପିଟାଲରେ ଟେଷ୍ଟି ବୃଦ୍ଧି କରିବାକୁ ନିର୍ଦ୍ଦେଶ

ଦିଆଯାଇଛି।

ଏବେ କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୨୦ ଜଣଙ୍କଠାରେ ସାମାନ୍ୟ କୋଭିଡ ପଜିଟିର ଥିବା ଜଣାପଡ଼ିଛି। ତେବେ ଚଳିତ ବର୍ଷ କୋଭିଡ ଜନିତ ରୋଗରେ କାହାରି ମୃତ୍ୟୁ ହୋଇନାହିଁ କି କୌଣସି ରୋଗୀ ଗୁରୁତର ହୋଇ ନାହାଁନ୍ତି ବୋଲି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଅତିରିକ୍ତ ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ସରକାରୀ ଡାକ୍ତରଖାନାର ତତ୍ପରତା ପ୍ରକାଶ ପାଇବା ଏବଂ ଏଥିପାଇଁ ନିଜକୁ ପ୍ରସ୍ତୁତ ରଖିବା ନିମନ୍ତେ ବୁଝାଇଥିଲେ।

Source link

ଅଧିକ ପଢ଼ନ୍ତୁ

traffic tail