କରୋନାର ଲମ୍ବ ଡିଆଁ: ୮ ହଜାର ମୁହାଁ ସଂକ୍ରମଣ, ସତର୍କ କରାଇଲେ ଡାକ୍ତର |

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Last Updated:

ଦେଶରେ କୋଭିଡ ସ୍ଥିତି ସଙ୍ଗୀନ ହେବାକୁ ଲାଗିଲାଣି । ୮ ହଜାର ମୁହାଁ ହୋଇଛି ଦୈନିକ ସଂକ୍ରମଣ ।

କରୋନାର ଲମ୍ବ ଡିଆଁ: ୮ ହଜାର ମୁହାଁ ସଂକ୍ରମଣ, ସତର୍କ କରାଇଲେ ଡାକ୍ତର
କରୋନାର ଲମ୍ବ ଡିଆଁ: ୮ ହଜାର ମୁହାଁ ସଂକ୍ରମଣ, ସତର୍କ କରାଇଲେ ଡାକ୍ତର

ନୂଆଦିଲ୍ଲୀ: ଦେଶରେ କରୋନା (corona)ର ଲମ୍ବ ଡିଆଁ । ୮ ହଜାର ମୁହାଁ ସଂକ୍ରମଣ । ୨୪ ଘଣ୍ଟାରେ ୭ ହଜାର ୮୩୦ ନୂଆ ମାମଲା (new cases) ସାମନାକୁ ଆସିଛି । ପୂର୍ବରୁ ଏହି ସଂଖ୍ୟା ୬ ହଜାର ଉପରେ ରହୁଥିଲା । ଆଉ ଏବେ ସଂଖ୍ୟା ୮ ହଜାର ନିକଟତର ହେଲାଣି । ସେହିପରି ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୪୦ ହଜାର ୨୧୫ରେ ପହଞ୍ଚିଛି । ଦୈନିକ ପଜିଟିଭିଟି ରେଟ୍ ରହିଛି ୩.୬୫ ପ୍ରତିଶତ । ଆଉ ସାପ୍ତାହିକ ପଜିଟିଭିଟି ରେଟ୍ ରହିଛି ୩.୮୩ ପ୍ରତିଶତ ।

ଦେଶରେ କୋଭିଡ ସ୍ଥିତି ସଙ୍ଗୀନ, ହେଲେ ରାଜ୍ୟରେ ଭଲ ଅଛି। ତଥାପି ଡରାଉଛି ଭାଇରସ। ଯାହାକୁ ନେଇ ଆଗୁଆ ସତର୍କ ହେଉଛି ରାଜ୍ୟ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ବିଏମ୍‌ସି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସବୁଠି ସଜାଗ ଓ ସଚେତନ ରହିବାକୁ ନିର୍ଦ୍ଦେଶ। ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ସଙ୍ଗୀନ ସ୍ଥିତି ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କୋଭିଡ ସ୍ଥିତିକୁ ବିଏମ୍‌ସି (bmc)ର ଜରୁରୀ ବୈଠକ। ବିଏମ୍‌ସି ଅଧୀନରେ ଥିବା ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନା ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର, ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ଏକ ଜରୁରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ହସ୍ପିଟାଲରେ ମକଡ୍ରିଲ କରାଯାଇଛି। କୋଭିଡ ରୋଗୀଟିଏ ଆସିଲେ କିଭଳି ବେଡକୁ ନିଆଯିବ, କିଭଳି ଚିକିତ୍ସା କରାଯିବ, କେମିତି ଅନ୍ୟମାନେ ସୁରକ୍ଷିତ ରହିବା ସହ ଚିକିତ୍ସା ଯୋଗାଇଦେବେ ସେନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରାଯାଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମ ଅଛି। ଭୟଭୀତ ହେବାର ଆବଶ୍ୟକତା ନାହିଁ। କୋଭିଡ ନିୟମ ମାନି ସତର୍କ ଓ ସଚେତନ ରହିବାକୁ ଉଭୟ ବିଏମସି କମିଶନର ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ସ୍ଥିତି ଭଲ ଅଛି ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ତଥାପି ସ୍ଥିତିକୁ ଆଖିରେ ରଖି ପ୍ରସ୍ତୁତି ଚାଲିଛି। ଆକଳନ ଶେଷ କରାଯାଇ କେନ୍ଦ୍ର ସରକାରଙ୍କ ପୋର୍ଟାଲରେ ଅପଲୋଡ୍‌ କରାଯିବ। ଗତ ୨୪ ଘଣ୍ଟାରେ ୨୦୦ରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ୧୮ ଜଣ ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି।  ଯଦିଓ ନୂଆ ଭୂତାଣୁ ପୁଣି ଡରାଇଲାଣି, କିନ୍ତୁ ଏହି ଭୂତାଣୁ କ୍ଷତିକାରକ ନୁହେଁ। ତଥାପି ଶିଶୁ, ବୟସ୍କ ଓ ରୋଗୀ ସତର୍କ ରହିବା ଆବଶ୍ୟକତା ରହିଛି ।

Source link

ଅଧିକ ପଢ଼ନ୍ତୁ

traffic tail