ପୁଣି ହେବ ଲକଡାଉନ ? କରୋନାକୁ ନେଇ ରାଜ୍ୟ ସରକାରଙ୍କ ବାର୍ତ୍ତା ! |

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Last Updated:

ବହୁ ରାଜ୍ୟରେ କୋରୋନା ବଢୁଥିବାରୁ ସତର୍କତା ଜାରି କରିଛନ୍ତି ରାଜ୍ୟ ସରକାର । ପଢ଼ନ୍ତୁ ଆମ ରା୍ଜ୍ୟରେ କିପରି ଲାଗୁ ହୋଇଛି କୋଭିଡ୍ ଗାଇଡଲାଇନ୍ ।

ପୁଣି ହେବ ଲକଡାଉନ ? କରୋନାକୁ ନେଇ ରାଜ୍ୟ ସରକାରଙ୍କ ବାର୍ତ୍ତା !
ପୁଣି ହେବ ଲକଡାଉନ ? କରୋନାକୁ ନେଇ ରାଜ୍ୟ ସରକାରଙ୍କ ବାର୍ତ୍ତା !

ଭୁବନେଶ୍ୱର: କୋରୋନା (Corona) ନେଇ ଓଡ଼ିଶା ସରକାରଙ୍କ ସତର୍କ ବାର୍ତ୍ତା । ବହୁବିଧ ରୋଗରେ ପୀଡ଼ିତ ଥିଲେ ସତର୍କ (alert) ରହିବାକୁ ପରାମର୍ଶ ଦେଇଛନ୍ତି । ଜନସାଧାରଣ କୋଭିଡ୍ ପ୍ରୋଟୋକଲ (protocol)  ପାଳନ କରନ୍ତୁ । ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ପରୀକ୍ଷା କରାନ୍ତୁ । ଏଥିସହ ହୋମ୍ ଆଇସୋଲେସନ (home isolation ) ନିୟମ ପାଳନ କରନ୍ତୁ । ବହୁ ରାଜ୍ୟରେ କୋରୋନା ବଢୁଥିବାରୁ ସତର୍କତା ଜାରି କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ଶହେ ଟପିଲା କୋରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ରାଜ୍ୟରେ ଆକ୍ଟିଭ କେସ୍ ସଂଖ୍ୟା ୬୨୯ରେ ପହଞ୍ଚିଛି । ସେପଟେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । କିନ୍ତୁ ଆକ୍ଟିଭ କେସ୍ କିଛି ପରିମାଣରେ ବଢିଛି । ବର୍ତ୍ତମାନ ଆକ୍ଟିଭ କେସ ୬୨୯ ରହିଛି । ସେଥିରୁ ଅଧିକାଂଶ ହୋମ ଆଇସୋଲେସନରେ ରହିଛନ୍ତି । ମେଡିକାଲରେ ମାତ୍ର ୧୨ ଜଣ ରୋଗୀ ଅଛନ୍ତି । ରାଜ୍ୟରେ ସ୍ଥିତି ଭଲ ରହିଛି । ଦୁଇ ଦିନିଆ ରାଜ୍ୟ ସାରା ମକଡ୍ରିଲ ଆରମ୍ଭ ହୋଇଛି । ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରାଇ ନେବାକୁ ଲୋକଙ୍କୁ ସେ ଅପିଲ୍ କରିଛନ୍ତି । ଅବହେଳା ନ କରି ଡାକ୍ତରଙ୍କ ପରାମର୍ଶ ନେଇ ହୋମ ଆଇସୋଲେସନରେ ରହିବା ସହ ଲକ୍ଷଣ ଥିବା ଲୋକଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।

ସେପଟେ ଦେଶରେ ଆଜି ପୁଣି ବଢିଛି କୋରୋନା ସଂକ୍ରମଣ । ପୁଣି ୬ ହଜାର ମୁହାଁ ସଂକ୍ରମଣ । ୨୪ ଘଣ୍ଟାରେ ୫ ହଜାର ୮୮୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୩୫ ହଜାର ଅତିକ୍ରମ କରିଛି । ଦେଶରେ ଏବେ ମୋଟ ଆକ୍ଟିଭ କେସ୍ ସଂଖ୍ୟା ହେଉଛି ୩୫ ହଜାର ୧୯୯ । ସେହିପରି ଦୈନିକ ପଜିଟିଭିଟି ରେଟ୍ ରହିଛି ୬.୯୧ ପ୍ରତିଶତ । ଆଉ ସାପ୍ତାହିକ ପଜିଟିଭିଟି ରେଟ୍ ରହିଛି ୩.୬୭ ପ୍ରତିଶତ । ସେହିପରି ୨୪ ‌ଘଣ୍ଟାରେ ୧୪ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହିତ କୋରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୩୦ ହଜାର ୯୭୯କୁ ବୃଦ୍ଧି ପାଇଛି। ଦିଲ୍ଲୀ ଓ ହିମାଚଳ ପ୍ରଦେଶରୁ ୪, ଗୁଜରାଟ, ଜମ୍ମୁ ଓ କଶ୍ମୀର, ମହାରାଷ୍ଟ୍ର ଓ ରାଜସ୍ଥାନରୁ ଜଣେ ଲେଖାଏଁ ଏବଂ ପିଛିଲା ଭାବେ କେରଳରୁ ୨ଟି ମୃତ୍ୟୁ ସଂଖ୍ୟା ସାମିଲ କରାଯାଇଛି ।

ଏହି ସ୍ଥିତିକୁ ସାମ୍ନା କରିବାକୁ ଆଜି ଦେଶବ୍ୟାପୀ ହେଉଛି କୋଭିଡ୍ ମକଡ୍ରିଲ୍ । ରାଜ୍ୟରେ ବି ଆଜିଠାରୁ ଆରମ୍ଭ ହୋଇଛି କୋଭିଡ ମୁକାବିଲା ପ୍ରସ୍ତୁତି ନେଇ ମକଡ୍ରିଲ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ଅନୁସାରେ ଓଡ଼ିଶା ସମେତ ସବୁ ରାଜ୍ୟରେ ଆଜି ଓ ଆସନ୍ତାକାଲି ମକ ଡ୍ରିଲ ଅନୁଷ୍ଠିତ ହେଉଛି । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, କୋରୋନାର ନୂଆ ଭାରିଆଣ୍ଟ ଆସୁଛି । ଯାହାକୁ ନେଇ ସମଗ୍ର ଦେଶରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି। କେନ୍ଦ୍ର ସରକାର କୋଭିଡ ସଂଖ୍ୟାକୁ ନେଇ ଏକ ନୂଆ ଆଡ଼ଭାଇଜରି ଜାରି କରିଛନ୍ତି । ଆମକୁ ନିୟମ କଡାକଡି ପାଳନ କରିବାକୁ ପଡ଼ିବ। ମାସେ ଭିତରର ପିକ୍ ଆସିପାରେ। ଆମେ କିଭଳି ପ୍ରସ୍ତୁତ ରହିଛୁ, ସେଥିପାଇଁ ମକଡ୍ରିଲ କରାଯିବାକୁ କୁହାଯାଇଛି। କ୍ୟାପିଟାଲ ହସ୍ପିଟାଲ ଡାକ୍ତର, ବିଭାଗୀୟ ମୁଖ୍ୟଙ୍କ ଭଳି ସମସ୍ତ ଅଧିକାରୀ ଏହି ଡ୍ରିଲରେ ସାମିଲ ହେବେ । କ୍ୟାପିଟାଲ ହସ୍ପିଟାଲ ମଧ୍ୟ ପ୍ରସ୍ତୁତ ଅଛି। ଯେହେତୁ କୋଭିଡ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବେଡର ବ୍ୟବସ୍ଥା ନାହିଁ ତଥାପି ଆସୁଥିବା କୋଭିଡ ରୋଗୀ ଙ୍କୁ କିଭଳି ଚିକିତ୍ସା କରାଯାଇପାରିବ ସେନେଇ କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ ଅଛି। ପୂର୍ବପରି ଟେଷ୍ଟିଂ ବର୍ତ୍ତମାନ ମଧ୍ୟ ଚାଲିଛି । କୋଭିଡ ପରୀକ୍ଷା ପାଇଁ ଏତେ ଲୋକ ଏବେ ଆସିନାହାନ୍ତି। ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରାଯିବ। ଟିକାକରଣ ଏବେ ପାଇଁ ବନ୍ଦ ଅଛି, ନିର୍ଦ୍ଦେଶ ଆସିଲେ ପୁଣି ଏହା ଆରମ୍ଭ ହେବ ।

Source link

ଅଧିକ ପଢ଼ନ୍ତୁ

traffic tail