ଦେଶରେ ବଢ଼ି ଚାଲିଛି କରୋନା ମାମଲା; ପୁଣି ୬ ହଜାର ମୁହାଁ ସଂକ୍ରମଣ |

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Last Updated:

Corona Update in India: ବୃଦ୍ଧି ପାଉଛି କରୋନା ସଂକ୍ରମଣ। କୋଭିଡ୍ ପରିଚାଳନା ପ୍ରସ୍ତୁତିର ଆକଳନ ପାଇଁ ଆଜି ଦେଶବ୍ୟାପୀ ମକ୍ ଡ୍ରିଲ୍।

ପୁଣି ଡରାଇଲାଣି କରୋନା
ପୁଣି ଡରାଇଲାଣି କରୋନା

Corona Update in India: ଦେଶରେ ଆଜି ପୁଣି ବଢ଼ିଲା କରୋନା (Corona Case) ସଂକ୍ରମଣ। ପୁଣି ୬ ହଜାର ମୁହାଁ ସଂକ୍ରମଣ (Coronavirus)। ୨୪ ଘଣ୍ଟାରେ ୫ ହଜାର ୮୮୦ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେପଟେ ଦେଶରେ (Corona Update in India) ଆକ୍ଟିଭ କେସ୍ ସଂଖ୍ୟା ୩୫ ହଜାର ଅତିକ୍ରମ କରିଛି। ଦେଶରେ ଏବେ ମୋଟ ଆକ୍ଟିଭ କେସ୍ ସଂଖ୍ୟା ହେଉଛି ୩୫ ହଜାର ୧୯୯। ସେହିପରି ଦୈନିକ ପଜିଟିଭିଟି ରେଟ୍ ରହିଛି ୬.୯୧ ପ୍ରତିଶତ। ଆଉ ସାପ୍ତାହିକ ପଜିଟିଭିଟି ରେଟ୍ ରହିଛି ୩.୬୭ ପ୍ରତିଶତ।

ସେହିପରି ରବିବାର ସୁଦ୍ଧା ଦିଲ୍ଲୀରେ ୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ୭୦୦ଟି ନୂଆ କେସ୍ ଚିହ୍ନଟ ହୋଇଛି। ମୋଟ ୩୩୦୫ଟି ଟେଷ୍ଟ ହୋଇଥିବା ବେଳେ ସେଥିମଧ୍ୟରୁ ୬୯୯ ଜଣ ରୋଗୀ କୋଭିଡ୍ ପଜିଟିଭ୍ ହୋଇଥିଲେ।

ସଂକ୍ରମଣ ହାର ୨୧.୧୫ ପ୍ରତିଶତ ହୋଇଥିବା ଜଣାପଡ଼ିଥିଲା। ସେହିପରି ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୭୮୮ଟି କୋଭିଡ୍ ମାମଲା ଚିହ୍ନଟ ହୋଇଥିବା ବେଳେ ଜଣେ ରୋଗୀର ମୃତ୍ୟୁ ଘଟିଥିଲା। ରାଜ୍ୟରେ ମୃତ୍ୟୁ ହାର ୧.୮୨ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ୯୮.୧୨ ପ୍ରତିଶତ ରହିଥିଲା।

ପ୍ରକାଶ ଥାଉକି ଆଜି ପୂରା ଦେଶରେ ମକ୍ ଡ୍ରଲ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଏପ୍ରିଲ ୭ରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମାନଙ୍କୁ ଡାକ୍ତରଖାନା ପରିଦର୍ଶନ କରିବା ଏବଂ ମକ୍ ଡ୍ରିଲ୍ କରିବାକୁ ପରାମର୍ଶ ଦେଇଥିଲେ। ଏପ୍ରିଲ ୮ ଓ ୯ରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିବାକୁ କେନ୍ଦ୍ର ମନ୍ତ୍ରୀ କହିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ମୁଖ୍ୟ ତଥା ଅତିରିକ୍ତ ମୁଖ୍ୟ ସଚିବଙ୍କ ସହ ଉକ୍ତ ବୈଠକରେ ମାଣ୍ଡଭ୍ୟା ଇନ୍‌ଫ୍ଲୁଏଞ୍ଜା ପରି ଅସୁସ୍ଥତା (ଆଇଏଲ୍ଆଇ) ଏବଂ ଗୁରୁତର ଶ୍ବାସ ଜନିତ ସଂକ୍ରମଣ (ଏସ୍ଏଆରଆଇ) ଉପରେ ନଜର ରଖିବା, ଟେଷ୍ଟ ଏବଂ ଟିକାକରଣ ବୃଦ୍ଧି କରିବା ସହ ଡାକ୍ତରଖାନାଗୁଡ଼ିକରେ ଉନ୍ନତ ଭିତ୍ତିଭୂମି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

Source link

ଅଧିକ ପଢ଼ନ୍ତୁ

traffic tail