ପୁଣି ଡରାଇଲାଣି କୋରୋନା; କାହିଁକି ଶୀତ ଦିନେ ବଢୁଛି କୋରୋନା ସଂକ୍ରମଣ? Why is the corona infection increasing in winter know details |

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Last Updated:

ଥଣ୍ଡା ସହିତ କୋରୋନା ଭାଇରସ୍‌ର କ’ଣ ରହିଛି ସମ୍ପର୍କ ? ଥଣ୍ଡା ଜଳବାୟୁ କୋରୋନା ସଂକ୍ରମଣରେ ହେଉଛି କି ସହାୟ ?

 ବଢୁଛି କୋରୋନା ସଂକ୍ରମଣ?
ବଢୁଛି କୋରୋନା ସଂକ୍ରମଣ?

Corona Update: ଦେଶରେ କାୟା ମେଲାଉଛି କୋରୋନା … ୨୪ ଘଣ୍ଟାରେ ୬୨୮ ପଜିଟିଭ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍ … ଶୀତରେ ସଂକ୍ରମଣ ଅଧିକ ସମ୍ଭାବନା… ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ- ଶ୍ବାସକ୍ରିୟା ସଂକ୍ରମଣକୁ ଦାନା ଯୋଗାଉଛି ଥଣ୍ଡା ଜଳବାୟୁ… ମାସ୍କ ପିନ୍ଧିବା ଜରୁରୀ…

ଶୀତ ଦିନରେ ବଢୁଛି କୋରୋନା ସଂକ୍ରମଣ । ପ୍ରଥମେ କେରଳ, ପରେ ପରେ ୨୧ ରାଜ୍ୟକୁ ବ୍ୟାପିସାରିଲାଣି । ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍‌ କରିସାରିଲାଣି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାକଥା, କୋଭିଡ୍‌ ଭାରଇସ ସବୁ ବେଳେ ରହିଛି, ହେଲେ ଶୀତ ଋତୁରେ ଅଧିକ ସକ୍ରିୟ ହେବା ପଛରେ ଥଣ୍ଡା ଜଳବାୟୁ ସହାୟ ହେଉଛି । ଶୀତ ଦିନେ ଶ୍ବାସକ୍ରିୟା ସଂକ୍ରମଣ ଅଧିକ ରହୁଥିବାରୁ ସମସ୍ତେ ସତର୍କତା ଅବଲମ୍ବନ କରିବା ସହ ମାସ୍କ ପିନ୍ଧିବା ଜରୁରୀ ।

ପୁଣି ଡରାଇଲାଣି କୋରୋନା । କୋଭିଡ୍‌ର ସ୍ବତନ୍ତ୍ର ଭାରିଆଣ୍ଟ JN.1କୁ ନେଇ ଚିନ୍ତା ପ୍ରକଟ କଲେଣି ସ୍ବାସ୍ଥ୍ୟ ବିଶେଷଜ୍ଞ । ପ୍ରଥମେ କେରଳ ଏବଂ ପରେ ପରେ ୨୧ ରାଜ୍ୟରେ କାୟା ବିସ୍ତାରି ସାରିଲାଣି ଭାଇରସ । ଏପରିକି ଓଡ଼ିଶାରେ ବି କୋରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ୬୨୮ଟି ନୂଆ ମାମଲା ସାମ୍‌ନାକୁ ଆସିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । କେବଳ କେରଳରୁ ୧୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ମଧ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର କରିସାରିଲାଣି । ସେହିପରି ଦେଶରେ JN.1 ଭାରିଆଣ୍ଟ ସଂଖ୍ୟା ସୋମବାର ସୁଦ୍ଧା ୬୩ରେ ପହଞ୍ଚିଛି । ଗୋଆରୁ ସର୍ବାଧିକ ୩୪, ମହାରାଷ୍ଟ୍ରରୁ ୯, କର୍ଣ୍ଣାଟକରୁ ୮ ଏବଂ କେରଳରୁ ୬ ସମେତ ତାମିଲନାଡୁରୁ ୪ ଏବଂ ତେଲଙ୍ଗାନାରେ ୨ଟି JN.1 ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି ।

ତେବେ କାହିଁକି ଶୀତ ଦିନେ ବଢୁଛି କୋରୋନା ସଂକ୍ରମଣ । ଥଣ୍ଡା ସହିତ କୋରୋନା ଭାଇରସ୍‌ର କ’ଣ ରହିଛି ସମ୍ପର୍କ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାକଥା, କୋରୋନା ଭାଇରସ ସବୁବେଳେ ରହିଛି । ଖରାଦିନେ ରହୁଛି , ବର୍ଷା ଓ ଶୀତ ଦିନରେ ବି ରହୁଛି । ହେଲେ ଶୀତ ଦିନ ଆସିଲେ ଏହା ଅଧିକ ଆକ୍ଟିଭ ହେଉଛି । କୋଭିଡ୍‌ ଭାରଇସ ଅଧିକ ସକ୍ରିୟ ହେବା ପଛରେ ଥଣ୍ଡା ଜଳବାୟୁ ସହାୟ ହେଉଛି । ଶୀତ ଦିନେ ଶ୍ବାସକ୍ରିୟା ସଂକ୍ରମଣ ଅଧିକ ହୋଇଥାଏ । ଶୀତଦିନେ ଇନ୍‌ଫ୍ଲୁଏନଜା ଭାଇରସ ରହୁଛି, ଯାହାକି ଲୋକଙ୍କୁ ଥଣ୍ଡା, କାଶ ଭଳି ରୋଗରେ ପକାଇଥାଏ । ଶୀତ ଋତୁରେ ଗୋଟିଏ ସ୍ଥାନରେ ଲୋକେ ଆବଦ୍ଧ ହୋଇ ରହିବାର ସମ୍ଭାବନା ଅଧିକ ରହିଥାଏ । ଏହିଭଳି କିଛି କାରଣ ପାଇଁ କୋରୋନା ସଂକ୍ରମଣ ବଢୁଥିବା ବରିଷ୍ଠ ଚିକିତ୍ସକ କହିଛନ୍ତି । ଏଣୁ ସତର୍କତା ଅବଲମ୍ବନ କରିବା ସହ ଗହଳି ସ୍ଥାନକୁ ନ ଯିବା ଏବଂ ବାହାରକୁ ଗଲେ ସବୁବେଳେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।

ପ୍ରଥମେ କେରଳ ଏବଂ ପରେ ପରେ ଅନ୍ୟ ରାଜ୍ୟକୁ ବ୍ୟାପିବାରେ ଲାଗିଛି କୋରୋନା । ଏହାର ଦ୍ରୁତ ସଂକ୍ରମଣ ଜାରି ରହିଥିବା ବେଳେ ଭାୟବହତାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତା ରହିବାର ଆବଶ୍ୟକତା ରହିଛି ।

Source link

ଅଧିକ ପଢ଼ନ୍ତୁ

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.

ପୂର୍ବତନ ମନ୍ତ୍ରି ଟୁକୁନି ସାହୁ ରାଜ୍ୟ ସରକାର ଉପରେ ବର୍ଷୀଲେ. ବିଜେଡି ନେତ୍ରୀ ଟୁକୁନି ସାହୁ ଙ୍କ ସିଧା ସଳଖ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ଉପରେ ଉଠାଇଲେ ଆଙ୍ଗୁଠି. କହିଲେ ବନ୍ୟା ବିପନ୍ନ ପରିଚାଳନା ରେ ଫେଲ ମାରିଛି ବିଜେପି ସରକାର.

traffic tail

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.