Corona Update: କରୋନାର ବଢୁଛି ପ୍ରକୋପ; ୧୦ ହଜାର ଟପିଲା ଦୈନିକ ସଂକ୍ରମଣ |

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Last Updated:

Corona Update in India: ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଦେଶରେ ଗତ ୨୪ ଘଣ୍ଟାରେ ୧୦,୧୫୮ ପଜିଟିଭ ଚିହ୍ନଟ।

ପୁଣି ଡରାଇଲାଣି କରୋନା
ପୁଣି ଡରାଇଲାଣି କରୋନା

Corona Update in India: ପୁଣି ବଢ଼ିଲାଣି କରୋନା ଭୟ (Corona)। ୧୦ ହଜାର ଟପିଲା ଦୈନିକ ସଂକ୍ରମଣ (Corona Case)। ୨୪ ଘଣ୍ଟାରେ ୧୦,୧୫୮ ପଜିଟିଭ ଚିହ୍ନଟ। ସକ୍ରିୟା ରୋଗୀଙ୍କ ସଂଖ୍ୟା ୪୪,୯୯୮। ଦୈନିକ ସଂକ୍ରମଣ ହାର ୪.୪୨ ପ୍ରତିଶତ ରହିଥିବା ବେଳେ ଦୈନିକ ସୁସ୍ଥତା ହାର ୯୮.୭୧ ପ୍ରତିଶତ ରହିଛି।

ବୁଧବାର ଦିନ ୭,୮୩୦ ନୂଆ ମାମଲା ଚିହ୍ନଟ ହୋଇଥିଲା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବୁଧବାର ଦିନ ଭାରତରେ ୭,୮୩୦ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା। ଯାହାକି ୨୨୩ ଦିନ ମଧ୍ୟରେ ସର୍ବାଧିକ ଥିଲା। ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୪୦,୨୧୫କୁ ବୃଦ୍ଧି ପାଇଥିଲା।

କରୋନାର ବୃଦ୍ଧି ଘଟୁଥିବା ବେଳେ ଡାକ୍ତରଖାନାର ପ୍ରସ୍ତୁତି ଉପରେ ନଜର ରଖିବା ପାଇଁ ୧୦ ଓ ୧୧ ଏପ୍ରିଲରେ ଏକ ଦେଶବ୍ୟାପୀ ମକ୍ ଡ୍ରିଲ କରାଯାଇଥିଲା।

ଦେଶରେ କୋଭିଡ ସ୍ଥିତି ସଙ୍ଗୀନ, ହେଲେ ଓଡ଼ିଶାରେ ଭଲ ପରିସ୍ଥିତି ଅଛି। ତଥାପି ଡରାଉଛି ଭାଇରସ। ଯାହାକୁ ନେଇ ଆଗୁଆ ସତର୍କ ହେଉଛି ରାଜ୍ୟ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ବିଏମ୍‌ସି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସବୁଠି ସଜାଗ ଓ ସଚେତନ ରହିବାକୁ ନିର୍ଦ୍ଦେଶ। ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ସଙ୍ଗୀନ ସ୍ଥିତି ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ କୋଭିଡ ସ୍ଥିତିକୁ ବିଏମ୍‌ସି (BMC)ର ଜରୁରୀ ବୈଠକ। ବିଏମ୍‌ସି ଅଧୀନରେ ଥିବା ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନା ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର, ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ଏକ ଜରୁରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ବିଭିନ୍ନ ହସ୍ପିଟାଲରେ ମକd ଡ୍ରିଲ କରାଯାଇଛି। କୋଭିଡ ରୋଗିଟିଏ ଆସିଲେ କିଭଳି ବେଡକୁ ନିଆଯିବ, କିଭଳି ଚିକିତ୍ସା କରାଯିବ, କେମିତି ଅନ୍ୟମାନେ ସୁରକ୍ଷିତ ରହିବା ସହ ଚିକିତ୍ସା ଯୋଗାଇଦେବେ ସେନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରାଯାଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଅଛି। ଭୟଭୀତ ହେବାର ଆବଶ୍ୟକତା ନାହିଁ। କୋଭିଡ ନିୟମ ମାନି ସତର୍କ ଓ ସଚେତନ ରହିବାକୁ ଉଭୟ ବିଏମସି କମିଶନର ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ସ୍ଥିତି ଭଲ ଅଛି ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ତଥାପି ସ୍ଥିତିକୁ ଆଖିରେ ରଖି ପ୍ରସ୍ତୁତି ଚାଲିଛି। ଆକଳନ ଶେଷ କରାଯାଇ କେନ୍ଦ୍ର ସରକାରଙ୍କ ପୋର୍ଟାଲରେ ଅପଲୋଡ୍‌ କରାଯିବ। ଗତ ୨୪ ଘଣ୍ଟାରେ ୨୦୦ରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ୧୮ ଜଣ ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ଯଦିଓ ନୂଆ ଭୂତାଣୁ ପୁଣି ଡରାଇଲାଣି, କିନ୍ତୁ ଏହି ଭୂତାଣୁ କ୍ଷତିକାରକ ନୁହେଁ। ତଥାପି ଶିଶୁ, ବୟସ୍କ ଓ ରୋଗୀ ସତର୍କ ରହିବା ଆବଶ୍ୟକତା ରହିଛି।

Source link

ଅଧିକ ପଢ଼ନ୍ତୁ

traffic tail