Supreme Court Issues Notice To ECI, CEC: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ସୁପ୍ରିମ ନୋଟିସ୍‌

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଏସ୍‌ଆଇଆର ଓ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳଗୁଡ଼ିକ ବିକ୍ଷୋଭ ବିକ୍ଷୋଭ କରୁଥିବା ବେଳେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଛି। ଆଉ ସୁପ୍ରିମକୋର୍ଟ ପୂରା ଘଟଣାରେ ଜ୍ଞାନେଶ କୁମାରଙ୍କୁ ଜବାବ ତଲବ କରିଛନ୍ତି।
Supreme Court Issues Notice To ECI, CEC: ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍‌ଆଇଆରରେ ଅନିୟମିତତା ଓ ଭୋଟର ତାଲିକାରୁ ନାଁ କଟିବା ଅଭିଯୋଗରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ। ବିରୋଧୀ ଇଣ୍ଡିଆ ବ୍ଲକ ନେତାଙ୍କ ଆବେଦନ ଉପରେ ଆଜି ଦେଶର ନିର୍ବାଚନ କମିଶନ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କୁ ଜବାବ ତଲବ କରିଛନ୍ତି ସର୍ବୋଚ୍ଚ ଅଦାଲତ।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସମେତ ଇଣ୍ଡିଆ ବ୍ଲକର ଅନେକ ସଦସ୍ୟ ଓ ବିଭିନ୍ନ ସଂଗଠନ ଭୋଟର ତାଲିକାରୁ ଅନେକ ଲୋକଙ୍କ ନାଁ କଟିବା ଉପରେ ପ୍ରଶ୍ନ ଉଠାଇଥିଲେ। ସେହିପରି ବିଭିନ୍ନ ସ୍ଥାନରେ ଚାଲିଥିବା ଏସ୍‌ଆଇଆରରେ ଅନିୟମିତତା ହୋଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।
ଏନେଇ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଇସିଆଇ ଓ ସିଇସିଙ୍କୁ ନୋଟିସ କରିଛନ୍ତି। ଏସ୍‌ଆଇଆରର ବୈଧତାକୁ ନେଇ ହୋଇଥିବା ସମସ୍ତ ଆବେଦନର ଶୁଣାଣି ଏକାଠି କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।
ଖଣ୍ଡପୀଠ କହିଛନ୍ତି, “ଆମେ ନୋଟିସ ଜାରି କରୁଛୁ ଓ ପଡ଼ି ରହିଥିବା ମାମଲା ସହ ସମସ୍ତ ଆବେଦନକୁ ଯୋଡ଼ୁଛୁ। କେହି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ ଗ୍ରହଣ କରିପାରିବେ। ନଚେତ ଏହା ତାଙ୍କୁ ଦେଇ ପାରିବେ।”
ଶୁଣାଣି ସମୟରେ ଜଣେ ଆବେଦନକାରୀଙ୍କ ଆଚରଣ ସମ୍ପର୍କରେ କୋର୍ଟ ସ୍ପଷ୍ଟୀକରଣ ମାଗିଛନ୍ତି। କିନ୍ତୁ ସେହି ଆବେଦନକାରୀ ଜଣଙ୍କ ରାହୁଲ ଗାନ୍ଧି ବୋଲି କୋର୍ଟ ସିଧାସଳଖ କହି ନାହାନ୍ତି। କୋର୍ଟ କହିଛନ୍ତି, “ନୋଟିସ ଜାରି କରାଯାଉଛି। କିନ୍ତୁ ଗୋଟିଏ ଆପତ୍ତି ରହିଛି। ଆମେ ଜଣେ ଆବେଦନକାରୀ ଆଚରଣ ସମ୍ପର୍କରେ ପରବର୍ତ୍ତୀ ଶୁଣାଣି ସମୟରେ ଜାଣିବାକୁ ଚାହୁଁଛୁ। ନୋଟିସ ଜାରି କରିବାର ଅର୍ଥ ଆମେ କୌଣସି ଜିନିଷକୁ ନିନ୍ଦା କରୁଛୁ ବୋଲି ଭାବିବା କଥା ନୁହେଁ।”

ଅଧିକ ପଢ଼ନ୍ତୁ

traffic tail