Corona Update in India: ଡରାଇଲା କରୋନା (Corona)। ଦେଶରେ କରୋନାର (Corona Update) ଲମ୍ବ ଡିଆଁ ଦେଖିବାକୁ ମିଳିଛି। ଏକାଥରକେ ଦେଶରେ (India) ଦିନକରେ ୪ ହଜାର ୪ଶହ ପାର୍ କରିଛି ସଂକ୍ରମଣ।
ଗତ ୨୪ ଘଣ୍ଟାରେ ଦେଶରେ ୪ ହଜାର ୪୩୫ ନୂଆ କରୋନା ପଜିଟିଭ (Corona Positiv) ଚିହ୍ନଟ ହୋଇଛନ୍ତି। ଏଥିସହ ଦୈନିକ ସଂକ୍ରମଣ ହାର ୩.୩୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିସହ ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୨୩ ହଜାର ପାର୍ ହୋଇଛି।
ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ମୁହାଁ ହୋଇଛି। ସେପଟେ ଦିନକରେ ୧୧ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ।
ମହାରାଷ୍ଟ୍ରରୁ ସର୍ବାଧିକ ୪ କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ଘଟିଛି। ସେହିପରି ଛତିଶଗଡ଼, ଦିଲ୍ଲୀ, ଗୁଜୁରାଟ, ହରିୟାଣା, କର୍ଣ୍ଣାଟକ, ପୁଡୁଚେରୀ ଓ ରାଜସ୍ଥାନରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା।
ଏଥିସହ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୧୬କୁ ବୃଦ୍ଧି ପାଇଛି। ଦେଶରେ XBB1.16 ଭାରିଆଣ୍ଟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।
ସେହିପରି ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା(Corona)କୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏହି ରାଜ୍ୟଗୁଡିକରେ, ଦିଲ୍ଲୀ ନିକଟରେ ଥିବା ହରିୟାଣା(Haryana), ମହାରାଷ୍ଟ୍ର(Maharashtra) ଓ ତାମିଲନାଡୁ(TamilNadu)ର କେତେକ ଅଞ୍ଚଳରେ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଏପରି ହେଲେ ଖୁବ୍ ଶୀଘ୍ର ଆମ ରାଜ୍ୟ ମଧ୍ୟ ଏଥିରୁ ବାଦ ପଡ଼ିବନି।
ଅନ୍ୟପଟେ ଏଚ୍୩ଏନ୍୨ ଭାଇରସ୍ କରୋନା ପରି ବ୍ୟାପି ଚାଲିଛି। ଏଚ୍୩ଏନ୍୨ ଭାଇରସ ପାଇଁ ବିଶେଷ କରି ଥଣ୍ଡା ଜ୍ବର ବଢ଼ିବାରେ ଲାଗିଛି। ଏହାକୁ ଇନଫ୍ଲୁଏଞ୍ଜା ଜ୍ବର କୁହାଯାଉଛି। ତେବେ ଏହି ଜ୍ବର ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ଲକ୍ଷଣ ରହୁଛି।
ମାମଲା ବୃଦ୍ଧି ପାଇବାର କାରଣ ହେଉଛି ଭୂତାଣୁଟି ରୁପାନ୍ତର ହେଉଛି ଓ ଲୋକଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ଏଚ୍୧ଏନ୍୧ ଯୋଗୁଁ ବହୁ ବର୍ଷ ପୂର୍ବେ ମହାମାରୀ ହୋଇଥିଲା। ସେହି ଜୀବାଣୁଙ୍କର ରୁପାନ୍ତର ହେଉଛି ଏଚ୍୩ଏନ୍୨।
ଏହା ଏକ ସାଧାରଣ ସ୍ୱାଇନ୍ ଫ୍ଲୁ ଷ୍ଟ୍ରେନ୍। କିନ୍ତୁ ଆମେ ଅଧିକ ମାମଲା ଦେଖୁଛୁ କାରଣ ଜୀବାଣୁ ଟିକେ ରୁପାନ୍ତରିତ ହୋଇଛି ଓ ଆମ ଭିତରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଛି ବୋଲି ଗୁଲେରିଆ କହିଛନ୍ତି।









