Last Updated:
Corona Cases Today : ଦେଶରେ ସାମାନ୍ୟ କମିଲା କୋରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୧୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାର ୧୨ ହଜାର ୧୯୩ ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯ ହଜାର ୮୩୩ଜଣ । ସେହିପରି ଦେଶରେ ସକ୍ରିୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୬୭ ହଜାର ୮୦୬ରେ ପହଞ୍ଚିଛି । ସେହିପରି ୨୯ଜଣଙ୍କ ଜୀବନ ନେଇଛି ମହାମାରୀ । ଦିଲ୍ଲୀ, ମହାରାଷ୍ଟ୍ର ସମେତ ୮ ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି ।
ସେପଟେ । ୨୪ ଘଣ୍ଟାରେ ଓଡ଼ିଶାରେ ୫୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨୭୩ ଜଣ । ଏଥିସହିତ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୯୨୬କୁ ବୃଦ୍ଧି ପାଇଛି ।











