ନିଶୁଳ୍କ କୃତିମ ଅଙ୍ଗପ୍ରତ୍ୟାରୋପଣ ଶିବିର ନେଇ ସୂଚନା… ଟିଟିଲାଗଡ଼…

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ବିଭିନ୍ନ କାରଣ ରୁ ଶାରୀରିକ ସ୍ତର ରେ ଅକ୍ଷମତା ରହିଥିବା ଦିବ୍ୟାଙ୍ଗ ମାନଙ୍କୁ ଆବଶ୍ୟକ ଉପକରଣ ସହ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ମାଧ୍ୟମରେ ପୁଣି ଥରେ ସମାଜରେ ପୂର୍ବ ଭଳି ଚଳ ପ୍ରଚଳ କରି ନିଜ ଦୈନନ୍ଦିନ କାର୍ଯ୍ୟକ୍ରମ ରେ ଅନ୍ୟ ଉପରେ ନିର୍ଭର ନ କରି ନିଜ ସାମର୍ଥ ଅନୁଯାୟୀ କାର୍ଯ୍ୟକ୍ରମ ଯେଭଳି ଭାବରେ କରି ପାରିବେ ସେ ନେଇ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଟିଟିଲାଗଡ଼ ମହାବୀର ପଞ୍ଚାୟତି ଧର୍ମଶାଳା ରେ ଚଳିତ ମାସ ଆସନ୍ତା ୨୨, ୨୩ ଏବଂ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେବାକୁ ଯାଉଥିବା ନେଇ ଆୟୋଜକ ବଣିକ ସଂଘ ତଥା ଟିଟିଲାଗଡ଼ ଅଖିଳ ଭାରତୀୟ ଅଗ୍ରୱାଲ ମହା ସଭା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ପ୍ରଦାନ କରାଯାଇଛି l

ବଣିକ ସଂଘ ର ସଭାପତି ଶମ୍ଭୁ ପ୍ରସାଦ ଗୋୟଲ,ସଚିବ ଗୋପାଳ ଜୈନ, ଅଗ୍ରୱାଲ ମହାସଭା ତରଫରୁ ଡାକ୍ତର ନରେନ୍ଦ୍ର ଅଗ୍ରୱାଲ,ବିଜୟ ଜୈନ,ଗୋପାଳ ଅଗ୍ରୱାଲ, ପ୍ରମୁଖ ରହିଥିଲେ l କୁହୁଣୀ ପର୍ଯ୍ୟନ୍ତ ରହିଥିବା ହାତ କିମ୍ବା ଜଙ୍ଗ ପର୍ଯ୍ୟନ୍ତ ରହିଥିବା ଅଙ୍ଗ କୁ ପୁଣି ଥରେ କୃତିମ ଭାବରେ ପ୍ରତ୍ୟାରୋପଣ କରାଯାଇ ଦିବ୍ୟାଙ୍ଗ ମାନଙ୍କୁ ପୂବ ଭଳି କାର୍ଯ୍ୟ କରିବାରେ ସହାୟକ ହେବା ନେଇ ଆୟୋଜକ କହିଛନ୍ତି l ଦୃଷ୍ଟି ହୀନ ଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟିକ, ଶ୍ରବଣ ଯନ୍ତ୍ର, ବୈଶାଖୀ ବାଡ଼ି ଆଦି ପ୍ରଦାନ କରାଯିବ l ଏନେଇ ସମସ୍ତ ସାମଗ୍ରୀ ନିଶୁଳ୍କ ପ୍ରଦାନ କରାଯିବାକୁ ଥିବା ବେଳେ ନାମ ପଞ୍ଜିକରଣ ନେଇ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରହିଥିବା ବେଳେ ସମସ୍ତ ମାନଦଣ୍ଡ ପୂରଣ କରୁଥିବା ଦିବ୍ୟାଙ୍ଗ ମାନେ ଟିଟିଲାଗଡ଼ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି l ଇଚ୍ଛୁକ ବ୍ୟକ୍ତି ବା ଦିବ୍ୟାଙ୍ଗ ପରିବାର ୭୦୦୮୯୩୧୮୦୦ଏବଂ ୯୪୩୭୮୨୭୭୭୭ ନମ୍ବର ରେ ନାମ ପଞ୍ଜିକରଣ କରି ପାରିବେ l

ଅଧିକ ପଢ଼ନ୍ତୁ

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.

ପୂର୍ବତନ ମନ୍ତ୍ରି ଟୁକୁନି ସାହୁ ରାଜ୍ୟ ସରକାର ଉପରେ ବର୍ଷୀଲେ. ବିଜେଡି ନେତ୍ରୀ ଟୁକୁନି ସାହୁ ଙ୍କ ସିଧା ସଳଖ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ଉପରେ ଉଠାଇଲେ ଆଙ୍ଗୁଠି. କହିଲେ ବନ୍ୟା ବିପନ୍ନ ପରିଚାଳନା ରେ ଫେଲ ମାରିଛି ବିଜେପି ସରକାର.

traffic tail

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.