ଟିଟିଲାଗଡ଼ରେ କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜଙ୍କ ପବିତ୍ର ପୂଜା ମହୋତ୍ସବ ଅନୁଷ୍ଠିତ.

Share Now:

👇ଖବର ଶୁଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଟିଟିଲାଗଡ଼ରେ କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜଙ୍କ ପବିତ୍ର ପୂଜା ମହୋତ୍ସବ ଅନୁଷ୍ଠିତ

 

ଟିଟିଲାଗଡ଼ ସତିଘାଟସ୍ଥିତ କରଣ ସମାଜର ଚିତ୍ରଗୁପ୍ତ ସେବା ସମିତି କଲ୍ୟାଣ ମଣ୍ଡପରେ ଜ୍ଞାନ, ବିଦ୍ୟା, ଲେଖନୀ ଓ ନ୍ୟାୟର ପ୍ରତୀକ ତଥା କରଣ ସମାଜର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାରାଜଙ୍କ ପବିତ୍ର ପୂଜା ମହୋତ୍ସବ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଭୁଙ୍କର ବିଧିବଦ୍ଧ ପୂଜାର୍ଚ୍ଚନା, ହୋମଯଜ୍ଞ, ଆଳତି, ପୁଷ୍ପାଞ୍ଜଳି ଏବଂ ପ୍ରସାଦ ସେବନ କରାଯାଇଥିଲା। କର୍ତ୍ତା ଭାବରେ ଦେବୁ ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରିୟମ୍ବଦା ପଟ୍ଟନାୟକ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।

ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ସେବା ସମିତିର ସଭାପତି ଦୟାସାଗର ପଟ୍ଟନାୟକ, ଉପସଭାପତି ସୁବାଷ ବହିଦାର, ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତି, କୋଷାଧକ୍ଷ ଶ୍ରୀମତି ଶେଫାଳି ପଟ୍ଟନାୟକ ସହ ସମ୍ପାଦକ ପୂର୍ଣ୍ଣ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ପ୍ରମୁଖଙ୍କ କାର୍ଯ୍ଯ ନିର୍ବାହୀ ଅଧିକାରୀ ସୀତାରାମ ପଟ୍ଟନାୟକ, ଚକ୍ରପାଣି ପଟ୍ଟନାୟକ, ଗୌରୀଶଙ୍କର ପଟ୍ଟନାୟକ, ପ୍ରଶାନ୍ତ ପଟ୍ଟନାୟକ, ସୌମେନ୍ଦ୍ର ପଟ୍ଟନାୟକ, ଜିତେନ ପଟ୍ଟନାୟକ, ଦେବୁ ପଟ୍ଟନାୟକ, ଚିନ୍ତା ମଣି ପଟ୍ଟନାୟକ, ଗଣେଶ ମହାନ୍ତି, ସନ୍ତୋଷ ପଟ୍ଟନାୟକ, ନିରୋଜ ପଟ୍ଟନାୟକ, ବଡ଼ବାବୁ ପଟ୍ଟନାୟକ ଆଇନ ପରାମର୍ଶ ଦାଦା ଆଇନ ଜୀବୀ ମହେଶ ମହାନ୍ତି, ଆଇନ୍ ଜୀବୀ ପ୍ରଦୀପ ମହାନ୍ତି, ଉପଦେଷ୍ଟା ଶଙ୍କର୍ଷଣ ପଟ୍ଟନାୟକ, ଶଶି ପଟ୍ଟନାୟକ ସମେତ କରଣ ସମାଜର ବହୁ ପରିବାର ଉପସ୍ଥିତ ଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ ଜୈନ ଯୋଗଦେଇଥିଲେ।

 

କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦଶମ ଶ୍ରେଣୀ ଟପର୍ ନିମିଷା ବେହେରା ଙ୍କୁ ଶେଫାଳୀ ପଟ୍ଟନାୟକ ବାପା ସସ୍ୱର୍ଗତ ଡମ୍ବରୁ ଧର ପଟ୍ଟନାୟକ ଙ୍କ ଶ୍ରୁତି ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରେ ଟପର୍ ଟଙ୍କେଶ୍ୱର୍ ନାଗଙ୍କୁ ଶେଫାଳୀ ପଟ୍ଟନାୟକ ଙ୍କ ସ୍ଵାମୀ ସ୍ୱର୍ଗତ ସଜୟ ସାସମଲ୍ ଙ୍କ ରେ ଶ୍ରୁତି ରେ ସମ୍ବର୍ଦ୍ଧିତ କରାଯାଇ ଥିଲା, ସ୍ନାତକ ରେ ଟପର୍ ଆଶା ପୃଷ୍ଟି ଙ୍କୁ ସୀତାରାମ ପଟ୍ଟନାୟକ ଙ୍କ ବାପା ସ୍ୱର୍ଗତ ମାଲେଶ୍ୱର୍ ପଟ୍ଟନାୟକ ଙ୍କ ଶ୍ରୁତି ସମ୍ମାନ ରେ ମୁଖ୍ୟ ଅତିଥି ବିଧାୟକ ଙ୍କ ଦ୍ଵାରା ସମ୍ମାନୀତ କରିଥିଲେ ଏହାବ୍ୟତୀତ ମାଟିଆ ଫଟା, ମୁଜିକ ଚେୟାର ଓ ତମ୍ବୋଲା ଖେଳର ଆୟୋଜନ କରାଯାଇ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଇନଜ୍ଞ ପ୍ରଦୀପ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ସନ୍ଧ୍ୟାରେ ଏକ ଭବ୍ଯ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଥିଲା।

 

ଅଧିକ ପଢ଼ନ୍ତୁ

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.

ପୂର୍ବତନ ମନ୍ତ୍ରି ଟୁକୁନି ସାହୁ ରାଜ୍ୟ ସରକାର ଉପରେ ବର୍ଷୀଲେ. ବିଜେଡି ନେତ୍ରୀ ଟୁକୁନି ସାହୁ ଙ୍କ ସିଧା ସଳଖ ମୁଖ୍ୟମନ୍ତ୍ରୀ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ଉପରେ ଉଠାଇଲେ ଆଙ୍ଗୁଠି. କହିଲେ ବନ୍ୟା ବିପନ୍ନ ପରିଚାଳନା ରେ ଫେଲ ମାରିଛି ବିଜେପି ସରକାର.

traffic tail

ଟିଟିଲାଗଡ଼ ବଣିକ ସଂଘ ଏବଂ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ତରଫରୁ ଆୟୋଜିତ କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଯାପିତ. ୧୨୧ ଜଣ ଦିବ୍ୟାଙ୍ଗ ହେଲେ ଉପକୃତ. ଶ୍ରୀ ଭଗବାନ ମହାବୀର ଭିର୍ନ୍ନକ୍ଷମ ସେବା ସମିତି, ରାଞ୍ଚି ସହଯୋଗ ରେ ହେଲା ଅଙ୍ଗ ପ୍ରତ୍ୟାରୋପଣ. ଉଦଯାପନୀ ଦିବସ ରେ ବଲାଙ୍ଗୀର ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ.