Last Updated:
Covid-19 Update : ଦେଶରେ କମୁନି କୋରୋନା । ଗତକାଲି ଦେଶରେ ୧୦ ହଜାର ଉପରେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୯ ହଜାରକୁ ଖସିଛି । ଗତ ୨୪ ଘଣ୍ଟାରେ ୯ ହଜାର ୧୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୮.୪୦ ପ୍ରତିଶତ ରହିଛି ।
ଏଥିସହ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ୩୧୩କୁ ବୃଦ୍ଧି ପାଇଛି ।
ସେହିପରି ଗତ ୨୪ ଘଣ୍ଟାରେ ୨୪ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ । ଏଥିସହ ଦେଶରେ ଏପର୍ଯ୍ୟନ୍ତ କୋରୋନାରେ ୫ ଲକ୍ଷ ୩୧ ହଜାର ୧୪୧ ଜଣଙ୍କ ମୃତ୍ୟୁ ହୋଇଛି ।
ସେପଟେ ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ହରିଆଣାରେ କୋରୋନାର ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି । ୭ ଦିନ ଭିତରେ ଦିଲ୍ଲୀରେ ସଂକ୍ରମିତଙ୍କ ସଖ୍ୟା ୨୧ ପ୍ରତିଶତ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୬ ହଜାର ୩୧୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏଥି ସହିତ ସାରା ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୨୬୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏଥିସହ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭୦ରେ ପହଞ୍ଚଛି । ସେହିପରି ଗତ ୨୪ ଘଣ୍ଟାରେ କାହାରି ବି ମୃତ୍ୟୁ ହୋଇନାହିଁ। ଏଥିସହ ଦେଶରେ ଏପର୍ଯ୍ୟନ୍ତ କୋରୋନାରେ ୯୨୦୮ ଜଣଙ୍କର ମୃତ୍ୟୁ ହୋଇଛି ।











